
ହିଞ୍ଜିଳିକାଟୁ ୨୭/୦୫ ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୁଲମ ଖୋଲା ମଦ ବେପାର । ଏନେଇ ବୁରୁପଡା ପଞ୍ଚାୟତ ପୋଡଙ୍ଗି ଗ୍ରାମର ଶ୍ୟାମଳାଇ ବିଦ୍ୟାଳୟ ରୋଡ ପୋଖରୀ ନିକଟରେ ଥୁବା ସରକାରୀ ପାଣି ଟାଙ୍କିର ବାଡ଼କୁ ଲାଗି ଏକ ଚୋରା ମଦ ବେପାରୀ ଦେଶି ମଦ ବିକ୍ରୀ କରୁଥିବା ବେଳେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଅଖା ଦେଶି ଚୋରା ମଦକୁ ଜବତ କରିବା ସହ ବାଇକ ଓ ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ସରପଞ୍ଚଙ୍କ ଦେଢଶୁର ରଞ୍ଜିବ ବେହେରା । ହିଞ୍ଜିଳି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଈଥିବା ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା କହିଛନ୍ତି ତେବେ ଗାଁ ଗହଳିରେ ହେଉଥିବା ଚୋରା ମଦ କାରବାରରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ କୁନି କୁନି ପିଲାମାନଙ୍କ ଉପରେ ଅନେକ ପ୍ରଭାବ ମଧ୍ୟ ପକାଉଛି । ତେବେ ଚୋରା ମଦ କାରବାର ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳବାସୀ ପୋଲିସକୁ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଦେଇଥିଲେ । ଏ ସବୁକୁ ଧରପଗଡ କରିବା ପାଇଁ ହିଞ୍ଜିଳି ପୋଲିସ ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା,ଏ ଏସ ଆଇ ସୁରେଶ ସାହୁ, କନଷ୍ଟେବଳ ସରୋଜ କୁମାର ରଣସିଂହ ଓ ଅନ୍ୟ ମାନଙ୍କୁ ନେଇ ଏକ ଟିମ ଗଠନ କରି ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣରେ ଚୋରା ମଦ ଜବତ କରିବାରେ ସଫଳ ହୋଇଛି।