ଜଗତସିଂହପୁର ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରୁ ୬୦୦,ରୁ ଉର୍ଦ୍ଧ ପୋଲିସ ଓ ହୋମଗାର୍ଡ କର୍ମଚାରୀ…

ସମାନ ଡିଉଟି କିନ୍ତୁ ଦରମା କମ୍…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ମୃଖ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଜଗତସିଂହପୁର ଜିଲ୍ଲା ସାଧାରଣ ନିର୍ବାଚନ ଡିୟୁଟି ପାଇଁ କନେଷ୍ଟବଳ ହୋମଗାର୍ଡ ଅଫିସର ସମୁଦାୟ (୬୦୦),ଛଅ ସହରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ମୃତୟନ କରାଯାଇଛି।ଟାଣ ଖରାକୁ ଖାତିରି ନକରି କନ୍ଧମାଳ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନେ ଆଜି ଜଗତସିଂହପୁର ଜିଲ୍ଲାରେ ପୋଲିଙ୍ଗ ପାର୍ଟି ସହିତ ଜଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ଆସନ୍ତା ତା,୧,୬,୨୦୨୪, ତାରିଖ ଦିନ ସକାଳ ସାତ ଘଣ୍ଟିକା ଠାରୁ ସନ୍ଧ୍ୟା ଛ ଘଣ୍ଟିକା ପର୍ଯ୍ୟନ୍ତ ଜନ ସାଧାରଣ କିପରି ଶାନ୍ତି ଶୃଙ୍ଖଳାର ସହିତ ନିଜ ନିଜର ବହୁମୂଲ୍ୟ ଭୋଟ ଦେଇ ପାରିବେ ସେଥିପାଇଁ କନ୍ଧମାଳ ପୋଲିସ କର୍ମଚାରୀ ମାନଙ୍କୁ ମୃତୟନ କରାଯାଇଛି। କିନ୍ତୁ ଦୁଃଖର ବିଷୟ କନ୍ଧମାଳ ଜିଲ୍ଲାରେ ନିର୍ବାଚନ ଡିୟୁଟି ସାରି ମାସ ଶେଷରେ ଜଗତସିଂହପୁର ଜିଲ୍ଲା ସାଧାରଣ ନିର୍ବାଚନ ଡିୟୁଟି ପାଇଁ ଶଳ୍ପ ବେତନ ଭୋଗି ହୋମଗାର୍ଡ କର୍ମଚାରୀ ମାନଙ୍କୁ ବିନା ଟିଏ ଡିଏ ରେ ଦୁର ଦୁରାନ୍ତ ଜିଲ୍ଲା ମାନଙ୍କୁ ବିଭିନ୍ନ ଡିୟୁଟି ପାଇଁ ପଠା ଯାଉଥିବାରୁ ସେମାନଙ୍କର ଆର୍ଥିକ ଅବାଭ ଜନିତ ସମସ୍ୟା ଦେଖାଦେଉଛି । ସମାନ୍ ଡିଉଟି ଉଭୟ ପୋଲିସ ଓ ନିରିହ ହୋମଗାର୍ଡ କର୍ମଚାରୀ l ହେଲେ ବିଶେଷ କରି ହୋମଗାର୍ଡ ମାନେ ବେଶୀ


ଅସୁବିଧାର ସମ୍ମୁଖୀନ ହେଉଥିବା ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଜଗତସିଂହପୁର ଜିଲ୍ଲାର ଗଣମାଧ୍ୟମ ବନ୍ଧୁ ମାନେ ପଚାରି ବୁଝିଛନ୍ତି । ସେ ଯାହା ହେଉ ନିର୍ବାଚନ ପରେ ଆଗାମୀ ଦିନରେ କିପରି ରାଜ୍ୟ ସରକାରଙ୍କୁ ଦୃଷ୍ଟି ଗୋଚର କରିବା ସହିତ ବିଭିନ୍ନ ସମସ୍ୟାର ସରଳ ସମାଧାନ କରାଯାଇପାରିବ ସେଥିପାଇଁ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ad-week
Leave A Reply

Your email address will not be published.