ଟ୍ରକରେ ପିଟି ହୋଇ ବାଇକ୍ ଚାଳକ ମୃତ

add-all

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଟ୍ରକକୁ ଧକ୍କା ଦେଇ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାଟପୁର ଥାନା ଗୁଡିଆପାଟଣା ଗ୍ରାମର ପପୁନ ସାବତ (୩୦) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳିକାଟୁ ଠାରୁ ଏକ ମୋରମ ବୋଝେଇ ଟ୍ରକ (ଓଆର ୧୯ ଏଫ୍ ୯୫୩୫)ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୁଡିଆପାଟଣା ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ପପୁନ ଏକ ବାଇକ୍ (ଓଡି୩୧ ଏଫ୍ ୦୭୨୧) ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ସାରୁ ଛକରେ ଭାରସାମ୍ୟ ହରାଇ ଟ୍ରକ୍ ପଛକୁ ଧକ୍କା ଦେଇ ଗାଡି ଭିତରକୁ ଗଳି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ସମୟରେ ପପୁନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରକ୍ ଓ ବାଇକକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୨୩/୨୪ ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ ଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.