
ମାଲକାନଗିରି : ମାଲକାନଗିରି ଆଜି କାଲିମେଳା ରେଞ୍ଜ ପକ୍ଷରୁ ପୋଟେରୁ ନର୍ସରି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଦିନକୁ ଦିନ ପୃଥିବୀ ପୃଷ୍ଟ ରେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ପରିବେଶ ପ୍ରଦୂଷଣର ମୁଖ୍ୟ ଭୂମିକା ରହିଥିବା ବେଳେ ଆଗାମୀ ଦିନରେ କିଭଳି ଏହାକୁ ରୋକାଯିବା ସହ ପ୍ରାକୃତିକ ପରିବେଶର ପୁନରୁଦ୍ଧାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ସର୍ବପ୍ରଥମେ କାଲିମେଳା ବନାଞ୍ଚଳର ବନାଧିକାରୀ ଟୁକୁନା ବରାଡ଼ ମଞ୍ଚ ପରିଚାଳନା ପୂର୍ବକ ଅତିଥି,ବକ୍ତା ଓ ପରିବେଶବିତ ଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଏହି କର୍ମରେ ପଡିଆ ବନାଧିକାରୀ ଶ୍ରୀ ତପନ ମହାଳି ସ୍ୱାଗତ ଭାଷଣ ଦେବାସହ ମନୁଷ୍ୟ ଜୀବନରେ ପରିବେଶ ଆବଶ୍ୟକ ବିଷୟରେ କାର୍ଯ୍ୟକ୍ରମ ରେ ମତରଖି ଥିଲେ । ପରେ ପରେ ସହଯୋଗି ଏନଜିଓ ର ଟିମ ଲିଡ଼ର ବିଶ୍ଵପରିବେଶ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ପରିବେଶର ପତନ ଯୋଗୁଁ କିଭଳି ପ୍ରାଣିଜଗତ ଧ୍ୱଂସାଭିମୁଖ ଆଡ଼କୁବଢୁଛି ତାହା ବିସ୍ତୃତ ଭାବେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ମୁଖ୍ୟଙ୍କୁ ବୁଝାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନ୍ଦା ପାଲି ସରପଞ୍ଚ ନିଜ ଭାଷାମାଧ୍ୟମରେ ଅଭିଭାଷଣ ରଖିଥିଲେ । ଆଜିର ଏହି ବୈଠକରେ କାଲିମେଳା ବନାଞ୍ଚଳ ଅଧିକାରୀ ଟଙ୍କଧର ଦାସ , ମାନ୍ଦ।ପାଲି ସରପଞ୍ଚ ଇନ୍ଦ୍ରଜିତ ପଡ଼ିଆମୀ ,ପୋଟେରୁ ଫରେଷ୍ଟର ସୁଶାନ୍ତ ସିଂ, ପି ଏନଜିଓ ଟିମ ଲିଡ଼ର ଶ୍ରୀନିବାସ ପାତ୍ର,ଡ଼ିଇଓ ଏନ ରବି କୁମାର ସମେତ କାଲିମେଳା ରେଞ୍ଜର ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।