ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ପରିବେଶ ଦିବସ ପାଳିତ ସହ ସୌରଚାଳିତ ପନିପରିବା ଯାନ ଉଦ୍ଘାଟିତ

add-all

ଛତ୍ରପୁର : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଏବଂ ନିଷ୍କାସନ କରିବା ସହ ଲଗାଯାଇଥିବା ଗଛ ଗୁଡିକୁ ପାଣିଦେବା ତଥା କିଭଳି ଯତ୍ନ ନିଆଯିବ ଜଣେଇବା ସହ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଦରକାରୀ ସାମଗ୍ରୀରେ ତିଆରି କରିଥିବା ସୌର ଚାଳିତ ପନିପରିବା ଯାନ ଅନୁଷ୍ଠାନର ଟ୍ରେନିଂ ଅଫିସର ଶ୍ରୀଯୁକ୍ତ ରାମ କୃଷ୍ଣ ସାହୁ ଉଦ୍ଘାଟନ କରିଥିଲେ ଯେଉଁଥିରେ, 100 ୱାଟ କାପାସିଟିର ତିନିଟି ସୋଲାର ପlନେଲ ଖଞ୍ଜାଯାଇକି ଏଥିରୁ ୨୩୦ ଭୋଲ୍ଟ ବିଦ୍ୟୁତ ଉତ୍ପାଦନ କରାଯାଇକି ଏକ ପୁରୁଣା ରେଫ୍ରିଜେଟର କ୍ୟାବିନେଟ ଏବଂ ଅପରିତ୍ୟକ୍ତ ଦୁଇ ଚକିଆ ଯାନ କୁ ସୌର ଚାଳିତ ପନିପରିବା ଯାନରେ ରୂପାନ୍ତର କରାଯାଇଅଛି l

ଏହା ବ୍ୟତୀତ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନ ପରିସରରେ ୩୫୦୦ ବର୍ଗ ଫୂଟ ଜାଗା ପୁନରୁଦ୍ଧାର କରାଯାଇକି ମିଆୱାକି ଅଫୋରେଷ୍ଟସନ ପାଇଁକି ପୁର୍ବପ୍ରସ୍ତୁତି କରାଯାଇଅଛି ଏବଂ ଏଠାରେ ପାଖାପାଖି ୪୫୦ ବୃକ୍ଷରୋପଣ କରାଯିବ ଆଗାମୀ ବର୍ଷାଋତୁରେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.