ସ୍ବାମୀଙ୍କର ଦୀର୍ଘାୟୁ, ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ପାଳନ କଲେ ସାବିତ୍ରୀ ବ୍ରତ

add-all

ବ୍ରହ୍ମପୁର : ଆଜି ପ୍ରତ୍ୟେକ ସଧବା ନାରୀ ମାନେ ନିଜ ନିଜ ସ୍ବାମୀଙ୍କର ସୁନ୍ଦର ସ୍ବାସ୍ଥ୍ୟ ଓ ନିରାମୟ ଦୀର୍ଘାୟୁ ଜୀବନ ଲାଗି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଉକ୍ତ ପୂଜା କେତେକ ଘରେ କରୁ ଥିବା ବେଳେ ଆଉ କେତେକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବା ଦେଖିବାକୁ ମିଳିଛି ।
ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରି ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କଲା ପରେ ଶୀଳପୁଆରେ ଅଁଳା ହଳଦୀ ଲଗାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ସଜାଇ ସାବିତ୍ରୀ ଦେବୀ ରୂପେ ସ୍ଥାପନା କରି ରୀତିନୀତି ଅନୁଯାୟୀ ଧୂପ, ଦୀପ, ପୁଷ୍ପ ଅର୍ପଣ କରିବା ସହ ପାଚିଲା ଆମ୍ବ, ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ବଢ଼ାଇ ସାବିତ୍ରୀ ବ୍ରତ କରିଥାନ୍ତି । ମହିଳା ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ପୂଜା କରିଥିବା ଦେଖିବାକୁ ମିଳିଛି।
ପୁରାଣ କାହାଣୀ ଅନୁସାରେ, ଯମରାଜା ଆସି ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ନିଜ ବୁଦ୍ଧି ଓ ସତୀତ୍ବ ବଳରେ ଯମରାଜଙ୍କ ଠାରୁ ନିଜ ସ୍ବାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ।
ଏହାକୁ ଦୁଷ୍ଟିରେ ରଖି ଆଜି ଦିନରେ ମହିଳା ମାନେ ସକାଳୁ ସକାଳୁ ଗାଧୁଆ ପାଧୁଆ କରି ନୂତନ ବସ୍ତ୍ର ପରିଧାନ କରି ଉପବାସ ରହି ନିଜ ନିଜ ସ୍ୱାମୀଙ୍କ ଉଦେଶ୍ୟରେ ପୂଜା କରିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.