ଆରମ୍ଭ ହେଲା ଦୀପକ ବାଜୁରିଆଙ୍କ ଭଜନ ସନ୍ଧ୍ୟା : ମହା ସାଂସ୍କୃତିକ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଆଜିଠାରୁ ଆରମ୍ଭ ହେଲା ଯାତ୍ରା ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ କରୋନେସନ ପଡିଆ ଠାରେ ମହା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭଜନସନ୍ଧ୍ୟା l
ମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ ଦୀପକ ବାଜୁରିଆ ଏବଂ ତାଙ୍କ ସାଥୀ l ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ତଥା ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି,ଅନ୍ୟତମ ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ,ବିଜୟ କୁମାର ମହାନ୍ତି,ହରିଶ୍ଚନ୍ଦ୍ର ମହାରଣା, ସିଦ୍ଧେଶ୍ଵର ଦାଶ, ବିଜୟ କୃଷ୍ଣ ପଟ୍ଟନାୟକ, ଶିବ ପ୍ରସାଦ ତ୍ରିପାଠୀ,ସୁନାଶିର ମହାପାତ୍ର ପ୍ରମୁଖ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ପି. ସୁଧାଂଶୁ ସେନାପତି, ଉପ ସଭାପତି ସୁଜିତ କୁମାର ବେହେରା ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ, ଅର୍ଥ ସମ୍ପାଦକ କାବୁଲା ସେନାପତି,କୋଷାଧ୍ଯକ୍ଷ ରମେଶ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ ଅରୁଣ କୁମାର ପଣ୍ଡା, ସୀମାଞ୍ଚଳ ପ୍ରଧାନ,
ସନିଆ ମହାନ୍ତି,ଆଦିତ୍ୟ ପ୍ରସାଦ ତ୍ରିପାଠୀ,କୈଳାସ ଚନ୍ଦ୍ର ଧଳ, ପ୍ରସନ୍ନ କୁମାର ପଣ୍ଡା,ମନୋଜ ପଟ୍ଟନାୟକ, ଶଙ୍କର ପାଣିଗ୍ରାହୀ, ମହେନ୍ଦ୍ର ସୁବୁଦ୍ଧି, ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.