ଖଲିକୋଟ: ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ଆଉ ୨ ଜଣ ଗିରଫ

add-all

ଛତ୍ରପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣ ପୁର ଗ୍ରାମରେ ନିର୍ବାଚନ ପୂର୍ବରୁ ପୋଷ୍ଟର ମାରିବାକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ସହ ଆଉ ୪ ଜଣ ଆହତ ହୋଇ ଥିଲେ। ଏହି ହତ୍ୟାକାଣ୍ଡ ଘଟଣା କୁ ଏସ ଆଇ ଟି ଟିମ ତଦନ୍ତ ଚଳାଇଛନ୍ତି। ପୂର୍ବରୁ ଏଥିରେ ସଂପୃକ୍ତ ୧୭ ଜଣ କୁ ପୋଲିସ୍ ଗିରଫ କରିଥିବାବେଳେ ଆଉ କେତକ ଅଭିଯୁକ୍ତ ମାନେ ବାହାରେ ଥିଲେ। ଶୁକ୍ରବାର ଏଥିରେ ଜଡିତ ଆଉ ୨ ଜଣ ଗିରଫ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି। ସେମାନେ ହେଲେ ମୋହନପୁର ଷ୍ଟେସନ ରୋଡ ର ଆଶିଷ ସାହୁ ଓରଫ ପାଣ୍ଡା , ଶ୍ରକୃଷ୍ଣ ଶରଣ ପୁର ଗ୍ରାମର ର ଗୋପୀ ଗୌଡ଼ l ଏମାନଙ୍କୁ ପୋଲିସ ଗୁଜରାଟ ର ରାଜକୋଟ ରୁ ଗିରଫ କରିଥିବା ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ରୁ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ଘଟଣାରେ ସଂପୃକ୍ତ ୧୯ ଜଣ ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି l

ad-week
Leave A Reply

Your email address will not be published.