ମା ନାରାୟଣୀ ଯାତ୍ରାର ସ୍ମରଣିକା “ମା” ଉନ୍ମୋଚିତ

add-all

ଫୁଲବାଣୀ :୨୬ ତମ ମା ନାରାୟଣୀ ଯାତ୍ରା ଶେଷ ପର୍ଯ୍ଯାୟରେ l ଅଷ୍ଟ ବିଂଶ ଦିବସ ଅବସରରେ ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ଆଜି ବିରାଟ ପଟୁଆରରେ ଗମ୍ଭିରାରୁ ବାହାରି ଅନ୍ନପୂର୍ଣ୍ଣା ମାର୍କେଟ, ବ୍ରାହ୍ମଣୀ ଦେବୀ ମାର୍କେଟ, ରାଜା ମାର୍କେଟ, ସମ୍ରାଟ ମାର୍କେଟ ପକ୍ଷରୁ ଆକର୍ଷଣୀୟ ପଟୁଆରରେ ମାଙ୍କୁ ପାଛୋଟି ନେଇଥିଲେ l ତତସହିତ ସହରର ଗଳିକନ୍ଦି ଉଜ୍ଜଳ ଆଲୋକ ମାଳାରେ ଝଲସି ଉଠୁଛି l ସହରର ବଜାର କମିଟି ଦ୍ୱାରା ବିଭିନ୍ନ ଆକର୍ଷଣୀୟ ତୋରଣ ସାଙ୍ଗକୁ ନିଅନ ଆଲୋକ ମାଳରେ ସଜ୍ଜିତ ଫୁଲବାଣୀ ସହର ଏବେ ଅଗଣିତ ଦର୍ଶକ ମାନଙ୍କୁ ଆନନ୍ଦିତ କରୁଛି l ଅପେରା,ମିନା ବଜାର ସାଙ୍ଗକୁ ଷ୍ଟାର ମାନଙ୍କର ମେଲୋଡି ଧମାକାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ ମୋହି ଚାଲିଛି l ଆଜି କରନେସନ ଗ୍ରାଉଣ୍ଡ ମେଲୋଡି ମଞ୍ଚରେ ଯାତ୍ରାର ସ୍ମରଣିକା ” ମା” ର ସପ୍ତମ ଅର୍ଘ୍ୟ ଉନ୍ମୋଚିତ ହୋଇଥିଲା l ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମାହାନ୍ତି ,ସମସ୍ତ କାଉନସିଲର ସମେତ ନାରାୟଣୀ ଯାତ୍ରାର ଉପଦେଷ୍ଟାମାନେ ଉପସ୍ଥିତ ଥିଲେ l ସ୍ମରଣିକା ସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କୁ ଅତିଥିମାନେ ସମର୍ଦ୍ଧିତ କରିଥିଲେ l ପତ୍ରିକାରେ ଶହେରୁ ଉର୍ଧ୍ଵ ଲେଖକଙ୍କର ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ବିଷୟର ଲେଖା ସ୍ଥାନୀତ ହେବା ସହ କନ୍ଧମାଳ ଜିଲ୍ଲାର ରକ୍ତଦାତାମାନଙ୍କର ଏକ ସୂଚୀ ଏହି ପତ୍ରିକାରେ ସ୍ଥାନୀତ ହୋଇଛି l ପଞ୍ଚଦେବୀ ପଞ୍ଚ ଠାକୁରାଣୀଙ୍କ କଥା ଓ ଗାଥାକୁ ନେଇ ସ୍ୱତନ୍ତ୍ର ଆଲେଖ୍ୟ ରହିଛି l ପାଠକ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଏହା ବେଶ ଗ୍ରହଣୀୟ ହେବ ବୋଲି ସମ୍ପାଦକ ଧଳ ସୂଚନା ଦେଇଛନ୍ତି l ମଞ୍ଚ ସଂଚାଳକ ଅଶୋକ କୁମାର ମହାନ୍ତି (ଲୁଲୁ )ଙ୍କ ସଂଯୋଜନାରେ ସଭାପତି ପି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ ବେହେରା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ,ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ,ପତ୍ରିକା ସହ ସମ୍ପାଦକ ପ୍ରସନ୍ନ ପଣ୍ଡା, ସଦସ୍ୟ ଜଗନ୍ନାଥ ରାଜୁ, ଅର୍ଥ ସମ୍ପାଦକ କାବୁଲା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l ପରେ ପରେ ଓଡ଼ିଶାର ଚର୍ଚିତ ପ୍ଲେ ବାକ ସିଙ୍ଗର ସତ୍ୟଜିତ ପ୍ରଧାନ, ଶର୍ମିଷ୍ଠା ସରକାରଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମରେ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ l

ad-week
Leave A Reply

Your email address will not be published.