ନିର୍ବାଚନ ପରେ ମହଙ୍ଗା ମାଡ : ମହଙ୍ଗା ହେଲା ଡାଲି, ତେଲ, ଚାଉଳ ଦର ନିୟନ୍ତ୍ରଣ ବାହାରେ ବଜାର…

add-all


ବ୍ରହ୍ମପୁର: ଗଣତନ୍ତ୍ର ର ମହାପର୍ବ ସରୁ ସରୁ ବଜାରରେ ସମସ୍ତ ସାମଗ୍ରୀ ର ଦର ବୃଦ୍ଧି ଲୋକେ ହନ୍ତସନ୍ତ।ନିର୍ବାଚନ ସରିଥିଲେ ବି ବିଜେଡ଼ି ବିଜେପି କେବଳ ସମୀକ୍ଷା ସହ ଶାସନ ଗାଦି ରେ ବସିବାକୁ ବିଜେପି କସରତ କରୁଛି। ଏପଟେ ନିର୍ବାଚନ ଶେଷ ହେଉ ହେଉ ଚାଉଳ, ଡାଲି, ତେଲ, ସୁଜି, ଅଟା,ମସଲା ସାମଗ୍ରୀ ସାଙ୍ଗକୁ ପରିବା ଦର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସାଧାରଣ ଜନତା ଗରିବ ଗୁରୁବା ଦର ବୃଦ୍ଧି ଯୋଗୁଁ ଏବେ ଠାରୁ ତ୍ରାହି ତ୍ରାହି ଡାକିଲେଣି। ଦୀର୍ଘ ବର୍ଷର ସରକାର କୁ ଲୋକେ ପରିବର୍ତ୍ତନ କରି ଖୁସି ମନେଇବା ବେଳେ ଏବେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ଧରମ କୁ ଆଦରି ଚୁପଚାପ ଅଧିକ ଦରରେ ସମସ୍ତ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଗତ ସପ୍ତାହ ରୁ ଚାଉଳ, ତେଲ, ଯାଇ ରେ କିଲୋ ପ୍ରତି ୧୫ ଟଙ୍କା ରୁ ଉର୍ଦ୍ଧ ବଢ଼ିଥିବା ବେଳେ ଅଟା ସୁଜି ରେ ୧୨ ଟଙ୍କା ମସଲା ଜାତୀୟ ଦ୍ରବ୍ୟ ରେ ମନଇଚ୍ଛା ଦର ବଜାର ରେ ବିକ୍ରି ହେଉଛି। ଲୋକେ ଏବେ ଠାରୁ ତ୍ରାହି ତ୍ରାହି ଡ଼ାକି ଲେଣି।ଆସନ୍ତା କାଲି ନୂଆ ସରକାର ଗଢିବାକୁ ଯାଉଛି। ଏପଟେ ନିର୍ବାଚନ ସରୁ ସରୁ ବଜାର ରେ ସମସ୍ତ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ଦେଖା ଯାଉ ପରିବର୍ତ୍ତନ ର ସ୍ୱର ଶାସକ ଦଳ କିପରି ଦର ନିୟନ୍ତ୍ରଣ କରୁଛି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.