୪୦ କିଲୋ ଗଞ୍ଜେଇ ସହ ଅଟୋ ଜବତ

add-all

ଫୁଲବାଣୀ : ବୁଧବାର ଦିନ ଅପରାହ୍ନ ଦିନ ୨ ଟା ବେଳେ ଅବକାରୀ ବିଭାଗ ର ପେଟ୍ରୋଲିଂ ବେଳେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡା ଘାଟିରେ ୪୦ କିଲୋ ଗଞ୍ଜେଇ ସହ ଗୋଟିଏ ଅଟୋ ଅବକାରୀ ଜବତ କରିଥିବା ସୂଚନା ମିଳିଛି।ସୂଚନା ମୁତାବକ ଫୁଲବାଣୀ ନଦୀ ଖଣ୍ଡି ସାହିର ଉମେଶ କୁମାର ସାହୁ ଏବଂ ବିହାର ଅଞ୍ଚଳର ବିଟୁ କୁମାର୍ ଅଟୋ ନଂ ଓଡ଼ି ୦୫ ବିଏ ୬୧୦୫ ରେ ଫୁଲବାଣୀରୁ ନୟାଗଡ଼ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗାଡିଆ ପଡା ଘାଟିରେ ଅବକାରୀ ବିଭାଗ ଗଞ୍ଜେଇ ସହ ଅଟୋ ଜବତ କରିଛି। ଏ ନେଇ ୧୪/୨୪ରେ ମାମଲା ରୁଜୁ କରାଯାଇଛି ।ପ୍ରତ୍ରୋଲିଂରେ ଅବକାରୀ ବିଭାଗର ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ଏସ୍ ଆଇ ସୁଜିତ୍ କୁମାର ମୁଦୁଲି ସହ କନେଷ୍ଟବଳ ସଦାଶିବ ରଣା,ସଚିନ ଗୁରୁ,ମିନତି ଗାଉଟିଆ,ଏମ ସଞ୍ଜୀବ କୁମାର୍ ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.