ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀତ ଆଲୋଚନା ଚକ୍ର…

add-all

ଫୁଲବାଣୀ ; ମାନସିକ ଅସୁସ୍ଥତା ସମାଜ ଅଗ୍ରଗତି ରେ ଏକ ପ୍ରତିବନ୍ଧକ ହୋଇଥିବାରୁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଛି । ଏହାକୁ ଗ୍ରମ୍ୟସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିଗତ ଦୁଇ ବର୍ଷ ହେବ ବାଙ୍ଗାଲୋର ସ୍ଥିତ ବେସିକ ନିଡ୍ସ ଇଣ୍ଡିଆ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ଗ୍ରମ ପଞ୍ଚାୟତରେ ଗୋଷ୍ଠି ସ୍ତରରେ ମାନସିକ ସ୍ୱାସ୍ଥ୍ୟ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟକାରି ହୋଇଆସୁଛି। ଏହି ପରିପ୍ରକ୍ଷେିରେ ଅନୁଷ୍ଠାନର ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ର ଠାରେ ସମସ୍ତ ଷ୍ଟେକ୍ହୋଲଡର ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ

ହୋଇଯାଇଛି । ଏଥିରେ ବେସିକ ନିଡ୍ସ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜିବ କର୍ମୀ ଯୋଗ ଦେଇ ଦଳଗତ ଆଲୋଚନା ମାଧ୍ୟମରେ ଷ୍ଟେକ୍ହୋଲଡର ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇବା ସହ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ସମାଜ ର ମୂଖ୍ୟ ସ୍ରୋତ ରେ ସାମିଲ କରିବାରେ ଯତ୍ନକାରୀ ମାନଙ୍କର ଅଧିକ ଦାୟିତ୍ୱ ଅଛି ବୋଲି କହିଥିଲେ । ମୂଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଦ କୁମାର ପ୍ରଧାନ ଉପସ୍ଥିତ ରହି ମାନସିକ ଅସୁସ୍ଥତା ବ୍ୟକ୍ତି ଙ୍କୁ ଚିହ୍ନ ଟ କରିବାର ଉପାୟ ବିଷୟରେ କହିବା ସହ ସେମାନଙ୍କ ର ଲକ୍ଷଣ କିପରି ହୋଇଥାଏ ତାହା ପ୍ରାଞଳ ଭାବରେ ବୁଝାଇଥିଲେ । କାର୍ଯକ୍ରମ ରେ ଦୁଇଟି ବ୍ଲକ୍ ରୁ ୫୦ ରୁ ଅଧିକ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସହ ଏମ୍.ବି.କେ. , ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱୟଂସହାୟକ ଦଳର ପ୍ରତିନିଧି, ପଂଚାୟତ ପ୍ରତିନିଧି, ଗୋଷ୍ଠି ସହାୟତା ଦଳର ପ୍ରତିନିଧି ମାନେ ଯୋଗ ଦେଇ ସେମାନଙ୍କ ର ମତାମତ ରଖିଥିଲେ । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କୀତ ତଥ୍ୟ ରଖିବା ସହ ଆଗାମି ଦିନରେ ଏହା କିପରି ଗୋଷ୍ଠି ସ୍ତରରେ ସଠିକ୍ ଭାବରେ ପରିଚାଳନା ହୋଇ ପାରିବ ସେଥିନିମନ୍ତେ ସମସ୍ତ ହିତାଧିକାରୀ ଙ୍କ ସହେଯାଗ କାମନା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଁଯୋଜକ ବୈକୁଣ୍ଠ ଚନ୍ଦ୍ର ଦାସ, କ୍ଷେତ୍ର କର୍ମୀ ଆଲୋକ ସାମନ୍ତରାୟ. ଏବଂ ସ୍ୱେଛାସେବୀ ପତନା ଦିଗାଲ, ମାନିନୀ ଦିଗାଲ, ଲକ୍ଷ୍ମୀ ଦିଗାଲ, ଶୁଶାନ୍ତି ଦିଗାଲ, ଅନନ୍ତ କହଁର ଓ ମମତା କହଁର ପମୁଖ କାର୍ଯ୍ର୍ୟକ୍ରମ ପରିଚାଳନା ରେ ସହେଯାଗ କରିଥିଲେ ।

ad-week
Leave A Reply

Your email address will not be published.