ନିଲମ୍ବିତ ହେଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ

add-all

ନୂଆଦିଲ୍ଲୀ: ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ । ତିନି ସପ୍ତାହ ତଳେ ନାଡା ଏହି ଅଭିଯୋଗ ସମ୍ପର୍କରେ କୁସ୍ତିଯୋଦ୍ଧାଙ୍କୁ ନୋଟିସ୍ ଜାରି କରିନଥିବା ଦର୍ଶାଇ ଏଡିଡିପି ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିନେଇଥିଲା। ଏପ୍ରିଲ ୨୩ତାରିଖରେ ନାଡା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ପୁନିଆଙ୍କୁ ନିଲମ୍ବନ କରିଥିଲା, କାରଣ ମାର୍ଚ୍ଚ ୧୦ରେ ସୋନିପତରେ ହୋଇଥିବା ଚୟନ ପରୀକ୍ଷଣ ସମୟରେ ସେ ଡୋପ୍ ଟେଷ୍ଟ ପାଇଁ ମୁତ୍ର ନମୁନା ଦେଇ ନ ଥିଲେ । ଏହା ପରେ କୁସ୍ତିର ଅନ୍ତର୍ଜାତୀୟ ସଂସ୍ଥା ୟୁଡବ୍ଲ୍ୟୁଡବ୍ଲ୍ୟୁ ତାଙ୍କୁ ନିଲମ୍ବିତ କରିଥିଲା।

ବଜରଙ୍ଗ ପୁନିଆ ଏହି ଅସ୍ଥାୟୀ ନିଲମ୍ବନ ବିରୋଧରେ ଆବେଦନ କରିଥିଲେ। ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ଏହି ଅଭିଯୋଗ ସମ୍ପର୍କରେ ନାଡା ନୋଟିସ୍ ଜାରି ନ କରିବା ପର୍ଯ୍ୟନ୍ତ ଏହାକୁ ବାତିଲ କରିଥିଲା।

ନାଡା ରବିବାର ପୁନିଆଙ୍କୁ ନୋଟିସ୍ ଜାରି କରିଛି। ପୁନିଆଙ୍କୁ ପଠାଯାଇଥିବା ନୋଟିସରେ ନାଡା କହିଛି, “ଏହା ଆପଣଙ୍କ ପାଇଁ ଏକ ଆନୁଷ୍ଠାନିକ ନୋଟିସ୍ ଯେ ଆପଣ ଜାତୀୟ ଡୋପିଂ ନିରୋଧୀ ନିୟମର ଧାରା ୨.୩କୁ ଉଲ୍ଲଙ୍ଘନ କରିଛନ୍ତି । ଏଥିପାଇଁ ଆପଣଙ୍କୁ ନିଲମ୍ବନ କରାଗଲା ।‘’

ad-week
Leave A Reply

Your email address will not be published.