ଦ୍ୱିବାର୍ଷିକ ମା ନାରାୟଣୀ ଠାକୁରାଣୀଙ୍କ ଶୁଭଖୁଣ୍ଟି ପ୍ରତ୍ୟାଗମନ

add-all

ଫୁଲବାଣୀ : ଚଳିତବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ୨୬ତମ ଯାତ୍ରା ଉପଲକ୍ଷେ ଗତ ଏପ୍ରିଲ ମାସ ମେରୁ ସଂକ୍ରାନ୍ତି ଦିନ ରୀତିନୀତି ସହକାରେ ବାଜା ବାଜଣା ସହ ରାମ ମନ୍ଦିର ନିକଟସ୍ଥ ଥିବା ଯାତ୍ରା ପଡିଆ ଅସ୍ଥାୟୀ ମନ୍ଦିରକୁ ମାଙ୍କ ଆଜ୍ଞାମାଳ ଆଣି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ମା ନାରାୟଣୀ ଗତ ମେ ମାସ ୧୦ ତାରିଖରେ ବିରାଟ ଶୋଭାଯାତ୍ରାରେ ସ୍ଵ ମନ୍ଦିର ରୁ ଆସି ଅସ୍ଥାୟୀ ମନ୍ଦିର ରେ ରହି ଦିର୍ଘ ଏକ ମାସ ପରେ ଗତ ଜୁନ ମାସ ୧୧ ତାରିଖରେ ସ୍ଵ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ l ଆଜି ସେହି ଶୁଭଖୁଣ୍ଟିକୁ ବାଜା ବାଜଣା ସହ ପୁଣି ମନ୍ଦିରକୁ ପ୍ରତ୍ୟାଗମନ କରାଯାଇଛି l

ଗମନ ସମୟରେ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ ସମ୍ମାନିତ ସହ ସମ୍ପାଦକ ଅରୁଣ ପଣ୍ଡା, ସୀମାଞ୍ଚଳ ପ୍ରଧାନ,ଅର୍ଥ ସମ୍ପାଦକ କାବୁଲା ସେନାପତି, କାର୍ଯ୍ୟକାରୀ ସଦସ୍ୟ ଅସିତ୍ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ,କେଶବ ରାଓ, ଭି ଜଗନ୍ନାଥ ରାଜୁ, ଜିତେନ୍ଦ୍ର ସାହୁ, ଅଶୋକ ତ୍ରିପାଠୀ, ପୂଜକ ସଞ୍ଜୟ ଦାସ, ସନ୍ତୋଷ ଦାସ, ସୂର୍ଯ୍ୟ ପଣ୍ଡା, ଶ୍ରୀକାନ୍ତ ପଣ୍ଡା ଓ ପିତାମ୍ବର ପଣ୍ଡା, ଯୁବ ବ୍ଯବସାୟୀ କ୍ରିଷ୍ଣା ସେନାପତିଙ୍କ ସମେତ ଘଟ ଧାରୀ ମା ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.