ହିଞ୍ଜିଳିକାଟୁ ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ବେଫିକର ଥିବା ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ସହରର ୫ ୱାର୍ଡ଼ର ପାଟଣା ସାହି, ବନମାଳୀ ନଗର, ଭଗବାନ ସାବତ ମାର୍ଗ, ତାରାତାରିଣୀ ରୋଡ, ଜଗବନ୍ଧୁମିଶ୍ର ମାର୍ଗ ଲୋକମାନଙ୍କ ପାଇଁ ପ୍ରତିଦିନ ଆବଶ୍ୟକ ପାଣି ଆସୁନଥିବା ବେଳେ ପାଇପ ଵିଛା କାମ ଆଳରେ ୩ଦିନ ହେବ ପାନୀୟ ଜଳ ଯୋଗାଣ ଵନ୍ଦ ହୋଇଛି। । ପୁଣି ଦିନକୁ ୨ ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେଉ ଥିବାବେଳେ ବାସ୍ତବରେ କିନ୍ତୁ ଏକ ମାସରୁ ଉର୍ଦ୍ଧ୍ଵ ଦିନ ୧୫ ମିନିଟ ପରେ ବନ୍ଦ କରି ଦିଆଯାଉଛି। ଏପରି ଅବସ୍ଥାରେ ଗତ ଶୁକ୍ରବାରଠାରୁ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେତୁ ଏଭଳି ହେଉଥିବା ଜଣାପଡ଼ିଛି।

ଅନ୍ୟପଟେ ବିଶୁଦ୍ଧୀକରଣ ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଆସୁଥିବାବେଳେ ସେ ସବୁ ଟଙ୍କା କେଉଁଆଡ଼େ ଯାଉଛି ତାହା ତଦନ୍ତ ସାପେକ୍ଷ। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଶ୍ରୀଧର ଙ୍କୁ ପଚାରିବାରୁ ସେ କହିଥିଲେ, ପାଇପ ବିଛେଇ କାର୍ଯ୍ୟ ଚାଲିଥିବା ଯୋଗୁଁ ଯୋଗାଣ ପ୍ରଭାବିତ ହେଉଛି ଓ ପାଣି ଡେରିରେ ଦିଆଯାଇଥିବା କହିଛନ୍ତି। ଗତ ୨୧!୧୨!୨୦୨୨ମସିହାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳିରେ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ’ ସୂଜଳ’ର ଭିଡିଓ କନଫେରନ୍ତି ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ତ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଦ୍ବାରା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୨୧ ଗୋଟି ୱାର୍ଡ଼ ରେ ପାନୀୟ ଜଳଯୋଗାଣ ହୋଇ ପାରିବେ ବୋଲି ଲୋକେ ଖୁସି ହୋଇଥିଲେ । ଗଞ୍ଜାମ ଜିଲ୍ଲା ରୁଷିକୂଲ୍ୟା ନଦୀରୁ ଏଥିପାଇଁ ପାଣିର ବ୍ୟବସ୍ଥା କରାଯାଇ ହିଞ୍ଜିଳିକାଟୁ ପୌରପରିଷଦ ର୨୧ ଗୋଟି ୱାର୍ଡ଼ ତିନୋଟି ଟ୍ୟାଙ୍କ ରୁ ବିଶୁଦ୍ଧ ୨୪ ଘଣ୍ଟା ପାଇପ ଯୋଗେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ର ସୁବିଧା ପାଇବେ ଓ ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପୌରାଞ୍ଚଳରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ବିଭାଗ ପକ୍ଷରୁ ଜାତୀୟ ରାଜପଥ ୫୯ ରାସ୍ତାରୁ ସହରର ବିଭିନ୍ନ ଅଞ୍ଚଳକୁ କିଛିଦିନ ହେବ ପାଣିପାଇପ ବିଛା କାମ ଜାରି ରହିଛି। କାମ କରୁଥିବା ଠିକା ସଂସ୍ଥାର ମନମୁଖି କାମ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ପାଣି ପାଇପ ବିଛାଇବା ପାଇଁ ସହରାଞ୍ଚଳରେ ଥିବା କଂକ୍ରିଟ ରାସ୍ତା ଖୋଳାଯାଇ ପାଇପ ବିଛାଯାଉଛି।

ନିୟମାନୁଯାୟୀ ସେଗୁଡିକୁ ପୁନଃ କଂକ୍ରିଟ କରିବା କଥା। କିନ୍ତୁ ନାଳଗୁଡିକୁ ମାଟି ଭର୍ତ୍ତି କରି ଛାଡି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କିଛିଦିନ ମଧ୍ୟରେ ସେଗୁଡିକ ପୁଣି ଖାଲ ହୋଇଯାଉଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। କାର୍ଯ୍ୟାଦେଶରେ ଖୋଳାଯାଇଥିବା ସ୍ଥାନକୁ ଠିକ୍‌ ଭାବରେ ପୋତିବାକୁ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ ଖିଲାପ କରିଛି ଠିକା ସଂସ୍ଥା।ନୁଆ କରି ତିଆରି କରାଯାଉଥିବା ଫେବର ରୋଡ ଉପାଡି ପାଇପ ବିଛାଇ ଚାଲିଛି ଜନସ୍ବାସ୍ଥ୍ୟ ବିଭାଗ ‌।ଫେବର ଈଟା ଗୁଡିକୁ ଖୋଳାଯିବା ସ୍ଥାନରୁ ଉଠାଇ ନିଆଯାଇଛି।ଏହା ବ୍ୟତୀତ ପାଇପ ବିଛାଇବା ସମୟରେ ଠିକା ସଂସ୍ଥାର କର୍ମଚାରୀ ଲୋକମାନଙ୍କ ପୁରୁଣା ପାଣି ସଂଯୋଗକୁ କେତେକ ସ୍ଥାନରେ ବିଚ୍ଛିନ୍ନ କରି ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କର୍ମଚାରୀମାନେ ବିଛାଉଥିବା ପାଇପଗୁଡିକୁ ଠିକ୍‌ ଭାବରେ ଯୋଡୁ ନ ଥିବା ହେତୁ କିଛି ସ୍ଥାନରେ ପାଣି ଲିକେଜ୍‌ ହୋଇ ରାସ୍ତାଘାଟରେ ଭାସୁଛି। ଏହାଦ୍ବାରା ଅପର୍ଯ୍ୟାପ୍ତ ପାଣି ନଷ୍ଟହେବା ସହ ଲୋକମାନେ ଠିକ୍‌ ରୂପେ ପାଣି ପାଇପାରୁନାହାନ୍ତି। ଏଥିପ୍ରତି ନା ଜନସ୍ବାସ୍ଥ୍ୟ ବିଭାଗ ନା ପୌର ପ୍ରଶାସନ କେହି ଧ୍ୟାନ ଦେଉନାହାନ୍ତି। ପ୍ରତିଦିନ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାଶଙ୍କୁ ପଚାରିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସମସ୍ତ ପାଇପ ଲାଇନ ଓ କଟା ଯାଇଥିବା ସମସ୍ତ କଂକ୍ରିଟ ଓ ଫେଵର ରାସ୍ତାର ମରାମତି କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା କରିବାର ନିୟମ ରହିଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଵିଷୟ କେତେକ ସାହିରେ ନୁଆ ପାଇପ ବିଛାଇ ପାଣି ପାଇପ ଘରକୁ ସଁଯୋଗ କରିଥିଲେ ମଧ୍ୟ ଗୋଳିଆ ପାଣି ଆସୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ଓ କେତେକ ଘରକୁ ପାଇପ ସଂଯୋଗ ବିଚ୍ଛିନ୍ନ କରାଯାଇଛି।ଫଳରେ ବଈଁଚ ଵଣିଆ ଗାୟତ୍ରୀ ନଗର ସାହି ବାସିନ୍ଦା ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ କରିଛନ୍ତି।

କେତେକ ଘରକୁ ପାଣି ଯୋଗାଣ ଵନ୍ଦ ହୋଇଛି।ଏ ନେଇ ବିଭାଗିୟ ଯନ୍ତ୍ରୀ ଙ୍କୁ ଅବଗତ କରାଇବାରୁ ସେମାନେ ଶୁକ୍ଳ ଦେଇନାହାନ୍ତି ଏଣୁ ପାଇପ ସଂଯୋଗ ବିଚ୍ଛିନ୍ନ କରାଯାଇଛି ବୋଲି କହିଛନ୍ତି। ଜଳସାଥି ଙ୍କ ଠାରୁ ବକେୟା ଟଙ୍କା ପଇଠ କରି ରସିଦ ଦେଖାଇଲେ ଠିକାଦାର ପାଇପ ସଂଯୋଗ କରିବି ବୋଲି ରୋକ ଠୋକ କହୁଛନ୍ତି।ତେବେ ଯଦି ସାଧାରଣ ଗରିବ ଲୋକେ ଶୁଳ୍କ ଦେଇପାରିନଥିଲେ ତେବେ ସେମାନଙ୍କୁ ବିଭାଗ ପକ୍ଷରୁ ଲିଖିତ ନୋଟିସ ଦେଇ ସମୟ ଧାର୍ଯ୍ୟ କରିଵା ନିୟମ ରହିଛି।ଏସବୁ କିଛି ନକରି ପାଇପ ବିଛାଇ ୨୪ଘଣ୍ଟିଆ ପାଇପ ସଂଯୋଗ ଆଳରେ ଲୋକଙ୍କ ଘର କୁ ପାଇପ ସଂଯୋଗ ବିଚ୍ଛିନ୍ନ କରିବା କି ପ୍ରକାର ନ୍ୟାୟ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଯଦି ପାଇପ ଲାଇନ୍ ସଂଯୋଗ କରାନଯାଏ ଓ ପାଣି ଯୋଗାଣ ନହେଲେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅଞ୍ଚଳ ବାସିନ୍ଦା ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.