ନକ୍ସଲ ଦମ୍ପତିଙ୍କ ସମେତ ୧୨ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ତଥା ପୋଲିସ୍ ଦନ୍ତେୱାଡାର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନରେ ଡିଆରଜି, ବସ୍ତର ଫାଇଟର୍, କୋବ୍ରା ୨୦୨, କାରିପୁ ୨୨୨ ଏବଂ ୮୫ ବାହିନୀର ମିଳିତ ଉଦ୍ୟମରେ ଛତିଶଗଡ ସରକାରଙ୍କ ପୁନର୍ବାସ ଏବଂ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ଭୈରମଗଡ ଏରିଆ କମିଟି , ଗଙ୍ଗାଲୁର ଏରିଆ କମିଟି ଏବଂ ନ୍ୟାସନାଲ ପାର୍କ ଏରିଆ କମିଟିର ନକ୍ସଲମାନେ ଛତିଶଗଡ ପୁଲିସ ଉପ ମହାନିରୀକ୍ଷକ କେରିପୁ ଦେବେନ୍ଦ୍ର ସିଂ ନେଗି , ବିଜାପୁର ଏସପି ଡ଼ା ଜିତେନ୍ଦ୍ର କୁମାର ଯାଦବ , ୨୨୨ ବାଟାଲିୟନ କମାଣ୍ଡାଣ୍ଟ ବିନୋଦ ମୋହରିଲ , ୮୫ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀତୁସିଂ , କୋବ୍ରା ୨୦୨ କମାଣ୍ଡାଣ୍ଟ ଅମିତ କୁମାରଙ୍କ ସମ୍ମୁଖରେ ନକ୍ସଲ ସଂଗଠନର ଫମ୍ପା ଚିନ୍ତାଧାରା, ଭେଦଭାବ ପୂର୍ଣ୍ଣ ବ୍ୟବହାର, ଉପେକ୍ଷା ତଥା ପ୍ରତାଡନାରେ ଅତିଷ୍ଠ ହେବା ସହ ଛତିଶଗଡ ସରକାରଙ୍କ ନକ୍ସଲ ଥଇଥାନ ପୂନର୍ବାସ ଏବଂ ଆତ୍ମସମର୍ପଣ ନୀତିରେ ପ୍ରୋତ୍ସାହିତ ହୋଇ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ନକ୍ସଲ ମାନେ ହେଲେ ମୁନା ମୋଡିୟମ , ଜନନୀ ମୋଡିୟମ , ରାଜୁ ପୁନେମ , ନନ୍ଦୁ ମାଡବି , କୈଳାସ କାରମ , ଯୋଗୀ ମୁଚାକି , ମଙ୍ଗୁ ଓରଫ ଗୋଡଲି ହେମଲା , ଚେତୁ ପୁନେମ , ରାମଲୁ ପୁନେମ , ଫାଗୁ ପୁନେମ , ସୁଖଲାଲ ପୁନେମ , ବୁଧରାମ ପୁନେମ। ଆତ୍ମସମର୍ପିତ ନକ୍ସଲ ମାନେ ଦୀର୍ଘ ଦିନ ଧରି ନକ୍ସଲ ସଂଗଠନରେ ସକ୍ରୀୟ ରହିବା ସହ ରାଜ୍ୟର ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ସମ୍ପୃକ୍ତ ରହିଥିଲେ।

ad-week
Leave A Reply

Your email address will not be published.