ଅସହାୟ ପଶୁର ଚିକିତ୍ସାରେ ସହାୟକ ହେଲେ ମେୟର ସଂଘମିତ୍ରା

add-all

ବ୍ରହ୍ମପୁର : ଗୋଷାଣୀନୂଆଗାଁ ନେହୁର ନଗର ସ୍ଥିତ ୯ମ ଗଳିରେ ପରିବେଶ ପ୍ରେମୀ ତଥା ପୂର୍ବତନ ରାଜ୍ୟ କାଜୁ ବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଏକ ବୁଲା କୁକୁର ସଙ୍କଟ ପୂର୍ଣ୍ଣ ସ୍ଥିତିରେ ପଡ଼ିଥିବା ଦେଖି ହତ୍ ବାକ୍ ହୋଇ କାଳବିଳମ୍ୱ ନକରି ଘଟଣା ସଂମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ପଶୁ ସହାୟକ ନମ୍ୱର ୧୯୬୨କୁ ଜଣାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ। ଘଟଣା ସମ୍ପର୍କରେ ପଶୁପ୍ରେମୀ ତଥା ସାମ୍ୱାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରଯାଇଥିଲା। ଖବର ପାଇ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାଳୟ ଡାକ୍ତର ସତ୍ୟନାରାୟଣ କରଙ୍କ ସହ ଯୋଗାଯୋଗ କରି ସେଠାରେ ପଶୁ ଚିକିତ୍ସାଳୟର କର୍ମଚାରୀ ଦାଶରଥି ସ୍ବାଇଁ, ସାଇରାମ ରେଡ୍ଡୀ ଓ ପ୍ରଣୟ ପ୍ରସାଦ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ କୁକୁରଟିର ପ୍ରାଥମିକ ଚିକିତ୍ସା କରିଥଲେ ମଧ୍ୟ କୈାଣସି ସୁଧାର ନଆସିବା ଫଳରେ ଉତ୍ତମ ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।
ସେହିପରି ଲାଞ୍ଜିପଲ୍ଲୀ ଗୁରୁକୁଳ ଇଣ୍ଟର ନେସନାଲ ସ୍କୁଲ ସମ୍ମୁଖରେ ଏକ ଗାଈ ଅଜଣା ଗାଡ଼ି ଧକ୍କାରେ ଶିକାର ହୋଇଥିବା ଦେଖି ସ୍ଥାନୀୟ ଲୋକେ ପଶୁପ୍ରେମୀ, ସାମ୍ୱାଦିକ ତଥା ଜିଲ୍ଲା ଏସ୍.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ଶ୍ରୀ ଚୌଧୁରୀ ପଶୁ ଚିକିତ୍ସାଳୟ କର୍ମଚାରୀ ସହ ଯୋଗାଯୋଗ କରି ଉକ୍ତ ଗାଈର ଚିକିତ୍ସା କରାଇଥିଲେ। ଏଥିରେ ପରିବେଶ ପ୍ରେମୀ ସୁବାସ ମହାରଣା, ସମାଜସେବୀ ସାଇ ଶଙ୍କର ସାହୁ, ମୁନା କୁମାର ସାହୁଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ। ବର୍ତ୍ତମାନ ଉକ୍ତ ଗାଈ ଓ କୁକୁରଟିର ଜୀବନ ରକ୍ଷା ହେବା ସହ ମେୟର ସଂଘମିତ୍ରା ଦଳେଇ ଓ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଏହି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.