ଜନୈକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

add-all

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରତନପୁର କେନାଲ ନିକଟରୁ ଜୈନେକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଜଣାପଡିଛି। ଯୁବକ ର ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।ଯୁବକକୁ ଦୃବୃତ୍ତ ମାନେ ହତ୍ୟା କରି ପକାଇ ଘଟଣା ସ୍ଥଳରୁ ଚମ୍ପଟମାରିଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇ ଦେଇଛି।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ।

ad-week
Leave A Reply

Your email address will not be published.