ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ତରଫରୁ ଚିତ୍ରକୋଣ୍ଡା ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ମାଲକାନଗିରି : ଗତକାଲି ରାଜ୍ୟ ସ୍ତରୀୟ ଲୋକସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା, ଓ ଏହାର ଜିଲ୍ଲାସ୍ତରୀୟ ସଦସ୍ୟ ସଂଗଠନ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ, ମାଲକାନଗିରି ତରଫରୁ ଚିତ୍ରକୋଣ୍ଡା ବ୍ଲକ ର କପାତୁଟି ପଞ୍ଚାୟତ ଠାରେ ସଂଗଠନ ର ୭ ଗୋଟି ବ୍ଲକର ଏକ ୧୫ ଜଣିଆ ଦଳ ଚିତ୍ରକୋଣ୍ଡା ର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଏକ ଜନ ଇସ୍ତାହାର ପ୍ରଦାନ କରି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥଲେ ଏବଂ ସେସବୁ ସମସ୍ୟା ସମାଧାନ କରିବା ପାଇଁ ଶ୍ରୀଯୁକ୍ତ ବିଧାୟକ ସମସ୍ତ ପ୍ରସଙ୍ଗଗୁଡ଼ିକୁ ବିଧାନସଭା ରେ ଉଠାଇ ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ଏହି ସମୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶୁକ୍ରୀ ହନ୍ତାଳ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମିନତୀ ଖିଲ ଓ ପଞ୍ଚାୟତ ର ଶତାଧିକ ଜନସାଧାରଣ ସହ ସଂଗଠନ ର ସଦସ୍ୟା ସଦସ୍ୟ ଶ୍ରୀଯୁକ୍ତ ଭାଗିରଥି ପାଟନିଆ, ଶ୍ରୀଯୁକ୍ତ ଗଣପତି ଖିଲ, ଶ୍ୟାମ ସୁନାବାସିଆ,ରେଲି ଖିଲ, ଗାଙ୍ଗି ସୋଡି,ମୁକୁନ୍ଦ ମାଡ଼କାମୀ, ମଦନ ହନ୍ତାଳ,ପଦଲାମ ହନ୍ତାଳ,ପରିମା ତମାର୍ବି , ଶୀନେସ ପେଲମାଳ, ରାମ ବଡ଼ନାୟକ, ଗୋବର୍ଧନ ପାଙ୍ଗି, ତ୍ରିନାଥ ବଡ଼ନାୟକ, ଚିତ୍ତ ରଞ୍ଜନ ସାହୁ, ରାମପଦ ପ୍ରଧାନ, ବଟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.