ଦିବଂଗତ ବିଧାୟକଙ୍କ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ

add-all

ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲା ଗ୍ରସ୍ତରେ ଆସି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ବହୁଳ ମାଲାକନଗିରି ଜିଲ୍ଲାର ପଡିଆ ବ୍ଲକ ଗ୍ରସ୍ତ କରି ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ପୂର୍ବତନ ବିଧାୟକଙ୍କ ଗ୍ରାମ ମେଟାଗୁଡା କୁ ଗ୍ରସ୍ତ କରିଥିଲେ । ସନ୍ଧ୍ୟା ସମୟରେ ସ୍ଥଳପଥରେ ଦୁର୍ଗମ ମେଟାଗୁଡା ଗ୍ରାମରେ ପହଁଞ୍ଚିବା ପରେ ପ୍ରଥମେ ଦିବଙ୍ଗତ ବିଧାୟକଙ୍କ ଫୋଟରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ଓ ତାପରେ ବିଧାୟକଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ ଓ ଭାଇ ସହ ଭେଟି ସମବେଦନା ଜଣାଇଥିଲେ। ଏହି ସମୟରେ ସାନ ପୁଅକୁ ହଷ୍ଟେଲର ରଖି ପାଠ ପଢାଇବା, ଦୁଇ ଝିଅ ଙ୍କ କଲେଜ ରେ ଆଡମିଶନ, ବିଧାୟକଙ୍କ ମୃତ୍ୟୁ ପ୍ରମାଣ ପତ୍ର, ପେନସନ ବ୍ୟବସ୍ଥା ସହ ପରିବାରକୁ ଥଇଥାନ ନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହାପରେ ବିଧାୟକଙ୍କ ଘର ସମ୍ମୁଖରେ ଅନୁଷ୍ଠିତ ଶୋକଶୋଭାରେ ଯୋଗ ଦେଇ ନୀରବ ପ୍ରାର୍ଥନା ସହ ମନ୍ତ୍ରୀଙ୍କ ଦିବଂଗତ ବିଧାୟକ ଶ୍ରୀ ମାଡ଼ି ଙ୍କ ସହ ରହିଥିବା ବ୍ୟକ୍ତିଗତ ସମ୍ପର୍କ ବାବଦରେ ମତ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲ୍ଲା ବିଜେପି ସଭାପତି ନିମାଇଁ ଚଂଦ୍ର ପାଲ, ଅଶୋକ ପରିଡା ରହିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.