ଜିଲ୍ଲାର ବିକାଶ, ଶିକ୍ଷା ଏବଂ ଜଳସେଚନ ସହ ରେଳମନ୍ତ୍ରୀ ଏବଂ ସାଂସଦଙ୍କୁ ଅବଗତ କରାଇଲେ ଉତ୍କଳ ସାମ୍ବାଦିକ ସଂଘ

add-all

ମାଲକାନଗିରି, ୧୦।୭ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ମାଲକାନଗିରି ଜିଲ୍ଲା ଶିକ୍ଷା ଓ ଜଳସେଚନ ସମ୍ବନ୍ଧରେ ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ଉଭୟଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଧନା ଦେବା ସହ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ବିକାଶ ଓ ଜଳସେଚନ ସହ ରେଳ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରିଥିଲୋ ମାଲକାନଗିରି ଜିଲ୍ଲା ଏକ ଅନୁସୂଚିତ ଜନଜାତି ଓ ଜାତି ବହୁଳ ଜିଲ୍ଲା ହୋଇଥିଲା ବେଳେ ଏଠାରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେବା ଉଚିତା ପ୍ରତି ବିଦ୍ୟାଳୟ ଓ ଛାତ୍ରଛାତ୍ରୀବାସ ମାନଙ୍କରେ ସିସିଟିଭି ବ୍ୟବସ୍ଥା, ପ୍ରଧାନ ଶିକ୍ଷକଙ୍କୁ ଛାତ୍ରାବାସ ଦାୟିତ୍ୱ ଦିଆ ନଯିବା, ବାରମ୍ବାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ, ସର୍ୱଶିକ୍ଷା ଅଭିଯାନ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଡାକିବା ଦ୍ଵାରା ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବ୍ୟାଘାତ ଘଟୁଥିବା ସହ ଅନେକ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ନାମ ଥିଲେ ମଧ୍ୟ ବିଦ୍ୟାଳୟକୁ ନ ଆସିବାର ବହୁତ ନଜିର ରହିଥିବା ବିଷୟରେ ଅବଗତ କରାଇଥିଲେ । ଏଥିପ୍ରତି ଗୁରୁତ୍ୱ ଦେବା ସହ ମାଲକାନଗିରି ସହରକୁ ଲାଗିଥିବା ମଧ୍ୟମ ସତିଗୁଡା ଜଳଭଣ୍ଡାରକୁ ପୁନଃଉଦ୍ଧାର କରିବା ପାଇଁ ଆଲୋଚନା କରିଥିଲୋ ଯଦି ପୁନରୁଦ୍ଧାର କରା ନଯାଏ ଆଗାମୀ ଦିନରେ ସହରବାସୀ, ଡାକ୍ତରଖାନା ଓ ଚାଷୀ ମାନେ ଜଳସଂକଟ ଭୋଗ କରିବେ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ରଙ୍କ ନେତୃତ୍ୱରେ ୨୦ ଜ୍ୟଣ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ ସେହିପରି ସାଂସଦ ଶ୍ରୀ ମାଝିଙ୍କୁ ରେଳ ପ୍ରକଳ୍ପ ବିଷୟରେ କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରି ତ୍ଵରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ad-week
Leave A Reply

Your email address will not be published.