ଚିକିଟୀରେ ବିଶ୍ୱ ସର୍ପ ଦିବସ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ  ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସର୍ପ ସଚେତକ ଗଣପତି ସାହୁ ଯୋଗଦେଇ ବିଭିନ୍ନ ଧରଣର ବିଷଧର ସର୍ପର ନମୁନା, କେଉଁ ସାପ କାମୁଡିଲେ କି ଭଳି ପ୍ରତିକ୍ରିୟା ଅନୁଭୂତ ହୁଏ, ସର୍ପଘାତ ଲୋକଙ୍କୁ ପ୍ରାଥମିକ ପ୍ରଣାଳୀରେ କେମିତି ନିୟନ୍ତ୍ରଣ କରି ମେଡିକାଲରେ ପହଞ୍ଚାଇ ଜୀବନ ବଞ୍ଚାଇବାରେ ସହାୟକ ହେବ ସେ ନେଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ। ସମ୍ମାନିତ ଅତିଥି ରୂପେ ସମାଜସେବୀ ଜନାର୍ଦ୍ଦନ ଓଡ଼ିଆ ଯୋଗଦାନ କରି ସର୍ପ ଆମର ଶତ୍ରୁନୁହେଁ ବରଂ ବନ୍ୟଜନ୍ତୁର ସୁରକ୍ଷା ହିଁ ପରିବେଶର ରକ୍ଷା ବୋଲି କହିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସହଯୋଗରେ ବିଶ୍ୱ ସର୍ପଦିବସ ଅନୁଷ୍ଠିତ ହୋଇଥିଲା।
ପରିଶେଷରେ ଜାତୀୟ ସର୍ପ ସଚେତକ ଗଣପତି ସାହୁ ଦ୍ୱାରା ପ୍ରାୟୋଜିତ ସର୍ପ ସଚେତନ କାରଣ ନିରାକରଣ ବାର୍ତ୍ତା ପତ୍ରିକାଗୁଡିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ  ବଣ୍ଟନକରାଯାଇଥିଲା। ଏପରି କାର୍ଯ୍ୟକ୍ରମକୁ  ଅଭିଭାବକ ଓ ସ୍କୁଲ କର୍ମଚାରୀ ଭୁୟସୀ ପ୍ରଶଂସା କରିଥିଲେ।

ad-week
Leave A Reply

Your email address will not be published.