ବରାଳଦେବୀ ମନ୍ଦିର ଚୋରୀ ଘଟଣା : ଟଙ୍କା ଜବତ ସହ ୩ ଗିରଫ

add-all

କନ୍ଧମାଳ (୨୪/୦୭) : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ ଦେହୁରୀ ମନ୍ଦିର ହୁଣ୍ଡି ଚୋରି ହୋଇଥିବା ଘଟଣା ଦେଖି ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ ଙ୍କୁ ଜଣାଇବା ପରେ ମନ୍ଦିର ସଭାପତି ଏ ନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଥାନାରେ ୧୧୭/୨୪ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଘଟଣାର ଛାନଭିନ କରିଥିଲା । କିନ୍ତୁ ମନ୍ଦିରର ସିସିଟିଭି ଫୁଟେଜକୁ ଦେଖି ଘଟଣା ଘଟିବାର ୧୧ ଘଣ୍ଟା ଭିତରେ ୩ଜଣ ଚୋରକୁ କାବୁ କରିବା ସହିତ ୫୭ ହଜାର ୨୮୨ ଟଙ୍କା ଏବଂ ଚୋରିରେ ବ୍ୟବହୃତ ହୋଇଥିବା ଲୁହ ଛଡ ଏବଂ ବ୍ୟାଗ୍ ଓ ମୋବାଇଲ ଫୋନ କୁ ଜବତ କରିଛି ପୋଲିସ l ଯାହାକି ଅନେକ ଥର ଚୋରି ହୋଇଥିବା ବେଳେ ଖଜୁରୀପଡ଼ା ପୋଲିସକୁ ବଡ ସଫଳତା ମିଳିଛି । ଅଭିଯୁକ୍ତ ମାନେ ହେଲେ ବାଙ୍ଗୁରୁ ଓରଫ ରବୀନ୍ଦ୍ର ବିଷୋୟୀ (୨୭) ବିରେନ୍ଦ୍ର ନାୟକ(୧୯) ଙ୍କ ସହିତ ଜଣେ ନାବାଳକକୁ ଧରି କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ନାବାଳକ ନାମରେ ମଧ୍ୟ ବିଭିନ୍ନ ଥାନାରେ ଏଭଳି ଅପରାଧିକ ମାମଲା ପୂର୍ବରୁ ରହିଥିବା ସୂଚନା ମିଳିଛି l ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ସଞ୍ଜୟ କୁମାର୍ କହଁର ଏବଂ ସରୋଜ କୁମାର ସାହାଣୀଙ୍କୁ ଜବତ ହୋଇଥିବା ୫୭ ହଜାର ୨୮୨ ଟଙ୍କା ପୋଲିସ ପ୍ରଦାନ କରିଥିବାବେଳେ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସହ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁପ୍ରସନ୍ନ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚୋରକୁ ପୁଲିସ ଧରିଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟି ତରଫରୁ ପୋଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି l

ad-week
Leave A Reply

Your email address will not be published.