ବିଧାୟକଙ୍କ ଶ୍ରୀଅନ୍ନ କେନ୍ଦ୍ରକୁ ଅଚାନକ ଗସ୍ତ

add-all

ନବରଙ୍ଗପୁର : ସହରସ୍ଥିତ ଶ୍ରୀ ଅନ୍ନ କେନ୍ଦ୍ର ଅଚାନକ ଗସ୍ତ କଲେ ବିଧାୟକ, ଭୋଜନ କରି ନିଜ ଅଇଁଠା ଥାଳି ନିଜେ ଧୋଇ ପ୍ରଶଂସିତ ହେଉଛନ୍ତି ବିଧାୟକ, ସବୁବେଳ ନିଜ ସାଧରଣ ଜୀବନ ଚର୍ଯ୍ୟା କୁ ନେଇ ସବୁ ବର୍ଗରେ ପ୍ରଶଂସିତ ହେଉଥିବା ବିଧାୟକ ଆଜି ପୁଣି ନିଜର ବ୍ୟବହାର କୁ ନେଇ ପ୍ରଶଂସିତ ହେଇଛନ୍ତି, ଶ୍ରୀ ଅନ୍ନ କେନ୍ଦ୍ର କୁ ଅଚାନକ ପରିଦର୍ଶନ କରିବା ସହ କେନ୍ଦ୍ର ରେ ଖାଦ୍ୟ ଗ୍ରହଣ କଲେ ବିଧାୟକ । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଆଜି ହଠାତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର ଶ୍ରୀ ଅନ୍ନ କେନ୍ଦ୍ର କୁ ହଠାତ ପରିଦର୍ଶନ କରିଛନ୍ତି । ଏବଂ ସେଠାରେ ପରିପାର୍ଶିକ ସ୍ଥିତି ଖାଦ୍ୟ ଗୁଣବତ୍ତା ଓ ମାନ ଯାଞ୍ଚ କରିବା ସହ ରୋଷେଇ ଶାଳ ର ପରିଷ୍କାର ପରିଛନ୍ନତା ବୁଲି ଦେଖିଥିଲେ । କେନ୍ଦ୍ର ର ସମସ୍ତ ବ୍ୟବସ୍ଥା ନେଇ ଖୁସି ବ୍ୟକ୍ତ କରିବା ସହ ନିଜେ ମଧ୍ୟ ସେଠାରେ ଖାଦ୍ୟ ଗ୍ରହଣ କରିଥିଲେ । ଏବଂ ବିଧାୟକ ଖାଇ ସାରିବା ପରେ ନିଜ ଆଇଁଠା ଥାଳି ନିଜେ ଧୋଇଥିଲେ, ଏ ଦୃଶ୍ୟ ଦେଖିବା ପରେ ସମସ୍ତେ କହିଥିଲେ ବିଧାୟକ ହବ ତ ଏମିତି, ଏହାପରେ ଶ୍ରୀ ଅନ୍ନ କେନ୍ଦ୍ର ର ପାର୍ଶ୍ୱ ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ରେ ଯାଇ ସେଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସିଟି ସ୍କାନ କେନ୍ଦ୍ର ରେ କାର୍ଯ୍ୟରତ ଟେକ୍ନିସିଆନ ମାନଙ୍କ ସହିତ ଆଲୋଚନା କରିଥିଲେ ।

ad-week
Leave A Reply

Your email address will not be published.