ଜାତୀୟ ମାତୃ – ପିତୃ ଦିବସ ୨୦୨୪

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ଫୁଲବାଣୀ ଆନୁକୂଲ୍ୟରେ ଜାତୀୟ ମାତୃ – ପିତୃ ଦିବସ -୨୦୨୪ ସ୍ଥାନୀୟ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଆଜି ସନ୍ଧ୍ୟା ୫:୩୦ ରେ ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ପ୍ରଜାପିତା ବ୍ରହ୍ମକୁମାରୀ ଭଉଣୀ ସବିତା ଆଜିର ଦିବସର ତାତ୍ପର୍ଯ୍ୟ ବିଷୟରେ କହିବା ସଂଗେ ସଂଗେ କୁନି ପିଲାମାନେ ସେମାନଙ୍କ ମାତା, ପିତା ଓ ଗୁରୁଜନ ମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏତଦବ୍ୟତୀତ ଡଃ . ଅନନ୍ତ ଚରଣ ମିଶ୍ର, ବରିଷ୍ଠ ଆଇନଜୀବି ବିଜୟ କୁମାର ମହାନ୍ତି, ନବୀନ କିଶୋର ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ ଓ ନବ କିଶୋର ରଥ ଆଜିର ଦିବସ ସମ୍ବନ୍ଧରେ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ମଞ୍ଚ ପରିଚାଳନା କରିଥିଲେ। ସଂଘର କର୍ମକର୍ତ୍ତା ରାଜକିଶୋର ପାଢ଼ୀ, ବଂଶୀଧର ପଣ୍ଡା, ମଞ୍ଜୁଳା ପାଣିଗ୍ରାହୀ, ପ୍ରମୋଦ କୁମାର ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ମା, ମାତା, ପିତା, ଆଈ, ଅଜା, ଜେଜେମା ଓ ଜେଜେବାପା ଙ୍କ ସହିତ ପୁଅ, ଝିଅ, ନାତି, ନାତୁଣୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.