ଗ୍ରାମୀଣ ନାଟ୍ୟ ଦିବସ ନିମନ୍ତେ ମହାସଂଘର ଆଖଡା ଆରମ୍ଭ….

add-all

ବ୍ରହ୍ମପୁର, ତା. ୨୯/୦୭ :କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ ଏକ ନାଟକ ପ୍ରଯୋଜନା ନିମନ୍ତେ ଗତକାଲି ଠାରୁ ଆଖଡା ଆରମ୍ଭ ହୋଇଯାଇଛି। ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ରଚିତ ପାରିବାରିକ ନାଟକ “ଉଡିଗଲା ସାରୀ”ର ବିଧିବତ୍ ପାଣ୍ଡୁଲିପି ପୂଜନ ସ୍ଥାନୀୟ ପ୍ରେମ ନଗର ମୁଖ୍ୟ ସଡକ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ନାଟ୍ଯ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ଦ୍ବାରା ସମାହିତ ହୋଇଯାଇଛି। ନାଟକଟିରେ ସୁନାମଧନ୍ୟ ଅଭିନେତ୍ରୀ ଚାନ୍ଦମାମା, ଛବିରାଣୀ, ଲୁସୀ, ପିଙ୍କି, ରଜନୀ, ଜାହ୍ନବୀ ପଣ୍ଡା ପ୍ରମୁଖ ଅଭିନୟ କରୁଥିବାବେଳେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦାୟିତ୍ବ ନିର୍ବାହ କରୁଛନ୍ତି। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ସ୍ବରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ ଏବଂ ମାଷ୍ଟର୍ ସଞ୍ଜୟ କୁମାର ବିଷୋୟୀ।ଏହି ପାରିବାରିକ ମହିଳା ନାଟକଟି ଗ୍ରାମୀଣ ନାଟ୍ୟ ଦିବସ ଏବଂ ମହାସଂଘ ସଭାପତି ଡା. ତିରୁପତି ସାହୁଙ୍କ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ଅଗଷ୍ଟ ଆଠ ତାରିଖ ସନ୍ଧ୍ଯା ସାତ ଘଟିକା ସମୟେ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, କୃଷ୍ଣ ପ୍ରସାଦ ସାବତ, ଶ୍ରୁତି ସ୍ବାଧୀନା ସାବତ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.