ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସ୍କୁଲ ପାହାଚ ଭୁଷୁଡିଲା

add-all

ମାଲକାନଗିରି : ମାଲକାନଗିରି ଭୁଷୁଡିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପାହାଚ । ଅଳ୍ପକେ ବର୍ତ୍ତିଲେ କୁନି କୁନି ଶିଶୁ। ମିଳିଥିବା ସୂଚନାନୁସାରେ ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ମହଲା ବିଶିଷ୍ଟ ମୂଳ ସାକ୍ଷରତା ଓ ସଂଖ୍ୟାତ୍ମକ(ଏଫଏଲଏନ) ଗୃହର ପାହାଚ ଭୁଷୁଡି ପଡ଼ିଲା । ଏଫଏଲଏନ ଗୃହର ଉପର ମହଲା ଶ୍ରେଣୀରେ ୬/୧୦ ବର୍ଷର କୁନି କୁନି ଶିଶୁମାନେ ପାଠ ପଢ଼ୁଥିବା ବେଳେ ହଠାତ ଏକ ବଡ଼ ଧରଣର ଶବ୍ଦ ଶୁଭିଲା। ଶିକ୍ଷକ ଶିକ୍ଷୟିତ୍ରୀ ରୋଷେୟା ବାହାରକୁ ଦୌଡ଼ି ଆସି ଦେଖିଲା ବେଳକୁ ପାହାଚଟି ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି। ଭୁଷୁଡି ପଡିବା ବେଳେ ଉପର ମହଲାରେ ପାଖାପାଖି ୩୮ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଭୀଷଣ ଶବ୍ଦରେ ଭୟରେ ଥରୁଥିଲେ। ହେଲେ ଭାଗ୍ୟକୁ କାହାରି କୌଣସି କ୍ଷୟକ୍ଷତି ହୋଇ ନଥିବା ଜାଣା ପଡିଛି। ତେବେ ସୌଭାଗ୍ୟ ବଶତଃ ସିଆରସିସି ନିତାଇ ରାଏ ସେହି ସ୍କୁଲରେ ଉପସ୍ଥିତ ଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀ ଏବଂ ସିଆରସିସି ନିଜ ଜୀବନକୁ ବାଜି ଲଗାଇ ଭଙ୍ଗା ପାହାଚରେ ଧିରେ ଧିରେ ଉପର ମହଲାକୁ ଯାଇ ଜଣେ ଜଣେ କରି ସମସ୍ତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ତଳକୁ ଆଣିଥିଲେ। ପାହାଚ ଭାଙ୍ଗିବା ଶବ୍ଦ ଶୁଣି ଗ୍ରାମବାସୀ ସ୍କୁଲରେ ରୁଣ୍ଡ ହୋଇ ଯାଇଥିଲେ। ଉତ୍ୟକ୍ତ ଗ୍ରାମବାସୀ ତୁରନ୍ତ ପୂର୍ବରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଦୁଇଟି ଶ୍ରେଣୀ ଗୃହ , ଗତବର୍ଷ ଗ୍ରୀଡିଙ୍ଗ ହୋଇଥିବା ଶ୍ରେଣୀରେ ପାଣି ଗଳିବାକୁ ମରାମତି କରାଯାଉ ବୋଲି ସିଆରସିସିଙ୍କୁ କହିଥିଲେ। ଏବେ ଗୋଟିଏ ଶ୍ରେଣୀରେ ୧ମ ରୁ ୮ମ ପର୍ଯ୍ୟନ୍ତ ପାଠ ପଢା ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି।ଆଜି ଯଦି କିଛି ଅଘଟଣ ହୋଇଥାନ୍ତା ତା’ହେଲେ ତାହାର ଦାୟୀ କିଏ ହୋଇଥାନ୍ତା ବୋଲି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି।ତେବେ ଯଥା ଶୀଘ୍ର ସବୁ ଶ୍ରେଣୀ ଗୃହ ମାନ ଯାଞ୍ଚ ସହ ମରାମତି ନହେଲେ ଆଗାମୀ ଦିନରେ ବିକଳ୍ପ ପନ୍ଥା ଆପଣେଇବୁ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୦୨୪ରେ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀ ଉଭୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ। ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବ୍ଲକ , ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିବା ସହ ମାଲକାନଗିରି ଜିଲ୍ଲାର ଟେକ ରଖିଛନ୍ତି।

ad-week
Leave A Reply

Your email address will not be published.