
ଫୁଲବାଣୀ : ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୂଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ, ତଥା ଆସର୍ଟ ସମ୍ପାଦକ ମହମ୍ମଦ ଜିଆ ଉଦିନ, ଅବସର ପ୍ରାପ୍ତ କାମାଣ୍ଡାଣ୍ଟ ତଥା ବୁଦ୍ଧିଜୀବୀ ନବୀନ କିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ରଗବି ଫୁଟବଲ ର ପ୍ରଚାର ପ୍ରସାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଫୁଲବାଣୀ ଠାରେ ଜି. ଉଦୟଗିରିର ଆସର୍ଟ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ୧୨ ବର୍ଷରୂ କମ ରାଜ୍ୟ ସ୍ତରୀୟ ରଗବି ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ ମତ ରଖିଥିଲେ l
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅବନୀ କଂହର, ସନ୍ତୋଷ ଦିଗାଲ , ଅଶୋକ ମହାନ୍ତି, ସନାତନ ପ୍ରଧାନ, ରଗବି ଖେଳାଳି ଅର୍ଚିତା ପ୍ରଧାନ, ଶର୍ମିଲା ପ୍ରଧାନ, ଉଥପ ପ୍ରଧାନ କଣ୍ଠଶିଳ୍ପୀ ଜଳନ୍ଧର ବେହେରା ,ରଂଜିତ ଦିଗାଲ , ଅମୀୟ ନାୟକ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ବ୍ୟକ୍ତ କରିବା ସହ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜିଲ୍ଲା ସ୍ତରୀୟ ପରିଚାଳନା ପାଇଁ ଏକ କମିଟି ଗଠନ ପାଇଁ ମତ ଦେଇଥିଲେ l ଜିଲ୍ଲା ଆୟୋଜକ କମିଟିର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ,ଉପସଭାପତି ବରିଷ୍ଠ ସାମ୍ବାଦିକ ତଥା ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର, କ୍ରୀଡ଼ାପ୍ରେମୀ ଜଳନ୍ଧର ବେହେରା, ସାଧାରଣ ସମ୍ପାଦକ ତଥା ଆବାହକ ମହମ୍ମଦ ଜିଆ ଉଦିନ, ସହ ସମ୍ପାଦକ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଯୁବ ଆଦିବାସୀ ନେତା ସମୀର ଘଟlଲ, ସଂଗଠନ ସମ୍ପାଦକ ଭାବେ ସାମ୍ବାଦିକ ରଂଜିତ ଦିଗାଲ ମନୋନୀତ ହୋଇଛନ୍ତି l
ସେହିପରି ଉପଦେଷ୍ଟା ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା, ରୋଟାରୀଆନ ଜ୍ଞାନ ରଞ୍ଜନ ଦୋରା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣ ସlହୁ, କ୍ରୀଡ଼ାବିତ ତଥା ସହର ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି l ସଭାପତି ସୁନିଲ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାସହ ଟୁର୍ନାମେଣ୍ଟର ସଫଳତା କାମନା କରିଥିଲେ l ସହସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ, କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ l