ଗଞ୍ଜାମ ଜିଲ୍ଲାରେ ପୁଣି ଆଳୁ ସଙ୍କଟ..!, ପ୍ରଶାସନ ନୀରବ…

add-all

ଉତ୍ତର ପ୍ରଦେଶ ରୁ ଆଳୁ ଆସିବା ଫମ୍ପା ଧୂଆଁ ବାଣ…….!


ବ୍ରହ୍ମପୁର: ୬-୮ ମନ୍ତ୍ରୀ ଙ୍କ ତାଗିତ କାମ କରୁନି ପୁଣି ଆଳୁ ସଙ୍କଟ ଦେଖା ଦେଲାଣି। କେବଳ ବୟାନ ବାଜି କରିଲେ ଆଳୁ ସଙ୍କଟ ଦୂର ହେବ ନାହିଁ ଲୋକେ କିପରି ଆଳୁ ଦର ପୂର୍ବ ଭଳି ଶସ୍ତା ରେ ପାଇବେ ବୋଲି ଚର୍ଚ୍ଚା ହେଲାଣି। ସରକାର ଙ୍କ ପକ୍ଷରୁ କେବଳ ଉତ୍ତରପ୍ରଦେଶ ଓ ପଞ୍ଜାବ ରୁ ଆଳୁ ଆସିବ ବୋଲି କହିବା ସାର ହୋଇଛି। ହେଲେ ଆଳୁ ଦର ରେ ସୁଧାର ଆସୁନାହିଁ। ପୁଣି ବଜାର ରେ ଆଳୁ ଦର ହୁ ହୁ ହୋଇ ଆଜି ଠାରୁ ବଢ଼ିବା ଆରମ୍ଭ ହୋଇଥିବା ଲକ୍ଷ କରାଯାଇଛି। ଫମ୍ପା ରାଜନୀତି ନକରି ଟିଭି ଆଗରେ ବୟାନ ବାଜି କରିବା ବଦଳ ରେ ବାବୁ ମାନେ ଓ ମନ୍ତ୍ରୀ ମହାଶୟ ନିଜେ ଅନ୍ୟ ଜିଲ୍ଲାର ବଜାର କୁ ଗଲେ ଆଳୁ ସଙ୍କଟ ସମ୍ପର୍କ ରେ ସୂଚନା ମିଳିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନ ହେଲା ଆଳୁ ଦରରେ ସୁଧାର ଆସୁନଥିବା ଯୋଗୁଁ ଲୋକେ ଭାଗ୍ୟକୁ ଆଦରି ଚଢ଼ା ଦରରେ କ୍ରୟ କରୁଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.