ନିଃସର୍ତ୍ତ ର ମହାପ୍ରଭାବ ଖବର ପ୍ରକାଶ ପରେ ରାସ୍ତା ମରାମତି ଆରମ୍ଭ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ସହ ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡିକି ପଞ୍ଚାୟତ ଠାରୁ ଛତିଶଗଡ ଯିବା ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା କଲଭଟ ଗୁଡିକର ମାଟି ଧସି ଯିବା ସହ କାଦୁଅ ହୋଇ ଯିବାରୁ ସାଇକେଲରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଯାତାୟତରେ ବାଧାପ୍ରାପ୍ତ ହେଉଥିଲା l ଗତ ୩୦ତାରିଖରେ ଏହି ବାବଦରେ ନିଷର୍ତ୍ତରେ ଖବର ପ୍ରକାଶିତ ହେବା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ଵ ଦେଇ ଯଥା ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଯାଫଳରେ ଶନିବାର ଦିନ ଠାରୁ ଉକ୍ତ ଠିକାଦାର କାଦୁଅ କଲଭଟ ନିକଟରେ କ୍ରସର ମେଟାଲ ଓ ଡ଼ଷ୍ଟ ପକାଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ବର୍ତମାନ ଯାତାୟତ ସଠିକ ଭାବେ ଚାଲିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.