ଲଗାଣ ବର୍ଷାରେ ଧୋଇଗଲା ପୋଲ : ଯାତାୟତ ବାଧାପ୍ରାପ୍ତ

add-all

କନ୍ଧମାଳ : ସମଗ୍ର କନ୍ଧମାଳ ଜିଲାରେ ଗତ ଏକ ସପ୍ତାହ ହେଲା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି। ଜିଲାରେ ବର୍ଷା ଲାଗି ରହିଥିବା ବେଳେ ଫିରିଙ୍ଗିଆ ବ୍ଲକରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ବ୍ଲକର ଅଧିକାଂଶ ଅଞ୍ଚଳ ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାବେଳେ ବର୍ଷାରେ ରାସ୍ତା ଘାଟ ଭାଙ୍ଗିଯାଇଛି। କିଛି ଅଞ୍ଚଳରେ କାଦୁଅ ପଚ ପଚ ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ପାଙ୍ଗା ଉପର ସାହି ପଞ୍ଚାୟତର ପାଙ୍ଗା ଗ୍ରାମଠାରୁ ବାଲି ଗଟା ଯାଇଥିବା ରାସ୍ତାର ପୁଟୁକି ସୁଗାଠାରେ ଥିବା ପୋଲ ବର୍ଷାରେ ଧୋଇଯିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯଦ୍ୱାରା ଏହି ରାସ୍ତା ଓ ପୋଲ ଦେଇ ଯାତାୟତ ପାଇଁ ନିର୍ଭର କରୁଥିବା ବାଲି ଗଟା, ପଟିଲ ପୀଡ଼ିଆ, ଗାଦା ପାଙ୍ଗା, ପିଣ୍ଡାଙ୍ଗୀ, ଲଦା ଭଳି ଅନେକ ଗ୍ରାମର ଜନସାଧାରଣ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ତମାନ ପରିସ୍ଥିତିରେ ଏହି ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ସହ ପାଠ ପଢ଼ୁଥୁବା ଛାତ୍ରଛାତ୍ରୀ ସ୍କୁଲ କଲେଜକୁ ଯିବା ହେଉ କି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବା ଆସିବା ହେଉ ସବୁଥିରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷା ହେଲେ ବିଶେଷ କରି ବହୁ ସମସ୍ୟା ହେଉଥବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାତାୟତ ଅସୁବିଧା ହେଉଥିବାରୁ ତୁରନ୍ତ ଏହି ପୁଟୁକି ସୁଗାଠାରେ ଥିବା ପୋଲକୁ ମରାମତି କରିବାକୁ ଅଞ୍ଚଳର ଶିଳ ଦିଗାଲ, ବସିରାମ ଦିଗାଲ, ନରୋତ୍ତମ କହଁର, ଶ୍ରବଣ କହଁର, କୁନି ଦିଗାଲ, ଜୟ ଚନ୍ଦ୍ର କହଁର, ଭୀମସେନ ଦିଗାଲ, ବିରୁପାକ୍ଷ ଦିଗାଲ, କମଳା କାନ୍ତ ଦିଗାଲଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.