ବିଜେପି ର ଆଳୁ ମିଶନ ଫେଲ ପୁଣି ଚଢ଼ା ଦରରେ ଆଳୁ ବିକ୍ରି….!

add-all

ମନ୍ତ୍ରୀଙ୍କୁ ବାଧୁନି ଆଳୁ ଦର ଲୋକେ ହେଲେଣି ନାକେଦମ….


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଗାଁ ରୁ ସହର ପର୍ଯ୍ୟନ୍ତ ଆଳୁ ଦର ହୁ ହୁ ହୋଇବଢୁଛି।ଆଳୁ ଦର ଅହେତୁକ ଭାବେ ବଢ଼ିଥିଲେ ବି ମନ୍ତ୍ରୀଙ୍କ ଆଶ୍ୱାସନା ସ୍ୱଳ୍ପ ଦର ବଢ଼ିଥିବା ବୟାନ ବାଜୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଏକ ମାସ ହେଲା ମୋହନ ସରକାର ଆଳୁ କୁ ନେଇ ନାକେଦମ ହୋଇଥିବା ଲକ୍ଷ କରାଯାଇଛି। ବାବୁ ଓ ନେତାଙ୍କ ହମବାଡ଼ା ନୀତି ଯୋଗୁଁ ସାଧାରଣ ଜନତା ଭାଗ୍ୟକୁ ଆଦରି ଚଢ଼ା ଦରରେ ଆଳୁ କ୍ରୟ କରିବାକୁ ବାଧ୍ୟ ହେଉଥିବା ଚାରିଆଡେ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଶ୍ରାବଣ ମାସ ଯୋଗୁଁ ପରିବା ଦର ନକହିଲେ ଭଲ ଯାହାର ପାଟିରୁ ଦର ଯାହା ବାହାରିଲା ତାହା ଗ୍ରାହକ ଙ୍କ ଠାରୁ ଶୋଷଣ କରି ନିଆଯାଉଛି। ନୂତନ ସରକାର ପରେ ମହଙ୍ଗା ମାଡରେ ସବୁ ବର୍ଗର ଲୋକେ ହନ୍ତସନ୍ତ ହେଉଛନ୍ତି। ରାଜଧାନୀ ରୁ ପାଦ କାଢ଼ି ବିଭିନ୍ନ ବଜାରର ହାଲଚାଲ ନେଲେ ବିଭିନ୍ନ ସାମଗ୍ରୀ ର ଦର ବୃଦ୍ଧିରେ ସୁଧାର ଆସିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.