ମାଲକାନଗିରି ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳନ

add-all

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରlବାସ ପ୍ରାଙ୍ଗଣରେ ‘କ୍ରାନ୍ତି ଦିବସ’ ଓ ‘ବିଶ୍ୱ ମୂଳ ନିବାସୀ ଦିବସ’ ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଙ୍କ ନେତୃତ୍ୱରେ ଏହି ଦିବସର ମୁଖ୍ୟ ଅତିଥି ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ‘କ୍ରାନ୍ତି ଦିବସ’ର ସଫଳତା ଓ ‘ମୂଳ ନିବାସୀ ଦିବସ’ର ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ l ମୁଖ୍ୟବକ୍ତା ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି ଭାରତ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକଙ୍କ ଅତୁଳନୀୟ ଭୂମିକାର ସ୍ୱାଦ ଆଜି ଆମେ ପାଉଛନ୍ତି ବୋଲି ମତ ପୋଷଣ କରିଥିଲେ l ଏହି ସଭାକୁ ସୁଶାନ୍ତ କୁମାର ମାଝୀ, ଛାତ୍ରlବାସ ପରିଚାଳକ ସ୍ୱାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ l ଗୌତମ ନାୟକଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଅନ୍ତେବାସୀ ଙ୍କ ସହିତ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ସହିତ ସ୍ଲୋଗାନ ଦେଇଥିଲେ l ସଭା ଶେଷରେ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.