ରୋଟାରୀ କ୍ଲବ୍‌ ଫୁଲବାଣୀ ପକ୍ଷରୁ ଏମକେଏସପି ଶିକ୍ଷା ନିକେତନକୁ ୱାଟର୍‌ ପ୍ୟୁରିଫାଏର୍ ପ୍ରଦାନ

add-all

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ଏକ ୱାଟର୍‌ ପ୍ୟୁରିଫାଏର୍‌ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ରୋଟାରୀ କ୍ଲବ୍‌ ସଭାପତି ବିପ୍ରଚରଣ ପାତ୍ର ଏହି ୱାଟର୍‌ ପ୍ୟୁରିଫାଏର୍‌ ଲୋକାର୍ପିତ କରିବା ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ବିଚାରଧାରା ସଂପର୍କୀୟ ପୁସ୍ତକ ବଣ୍ଟନ କରିବା ସହ ଉପସ୍ଥିତ ଅଭିଭାବକଙ୍କୁ ପିଲାଙ୍କୁ ସଠିକ୍‌ ଦିଗ୍‌ଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍‌ର ରବିନାରାୟଣ ସୁବୁଦ୍ଧି, ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ, ହରଶ୍ଚନ୍ଦ୍ର ମହାରଣା,ପ୍ରସନ୍ନ ପଣ୍ଡା ପ୍ରମୁଖଙ୍କ ସହ ଏମ୍‌ କେ ଏସ୍‌ ପି ର ସଭାପତି ବିଜୟକୃଷ୍ଣ ପଟ୍ଟନାୟକ, ବନବିହାରୀ ନନ୍ଦ, ଶରତ ଚନ୍ଦ୍ର ସାହୁ,ଶରତ ମହାନ୍ତି, ସଚ୍ଚିଦାନନ୍ଦ ମହାପାତ୍ର, ବିପିନ୍‌ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକ, ପ୍ରଭାତ ଦାସ୍‌,ମୋଚିରାମ ମିଶ୍ରଙ୍କ ସହ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦେଇଥିଲେ।ପରବର୍ତ୍ତୀ ସମୟରେ ଶିକ୍ଷାନିକେତନର ଅଭିଭାବଜ ଓ ଶିକ୍ଷକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ad-week
Leave A Reply

Your email address will not be published.