ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ସ୍ପାର୍କ-୧ ଉନ୍ମୋଚିତ

add-all

ନବରଙ୍ଗପୁର : ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଏକ ସହାୟକ ପୁସ୍ତିକା ସ୍ପାର୍କ-୧ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଅଛି। ବେହେଡା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବିଦ୍ୟାଳୟର ମାଧ୍ୟମିକ ସ୍ତର ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ଶିକ୍ଷା ହିଁ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ରେ ସମସ୍ତ ଙ୍କୁ ଆଲୋକ ର ପଥ ପ୍ରଦର୍ଶନ କରିବ ବୋଲି ପ୍ରକାଶ କରିଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ଏହି ସ୍ପାର୍କ ସହାୟକ ପୁସ୍ତିକା ର ସଫ୍ଟ କପି ସମସ୍ତ ବିଦ୍ୟାଳୟର ଥିବା ସ୍ମାର୍ଟ ବୋର୍ଡ ମାଧ୍ୟମରେ ଓ ଲାଇବ୍ରେରୀ ରେ ଥିବା କମ୍ପ୍ୟୁଟର ରେ ପଢିପାରିବେ ଜାଣି ଖୁସି ପ୍ରକଟ କରିଥିଲେ ଓ ନିଶ୍ଚିତ ଭାବରେ ଏହା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ର ବିକାଶ ରେ ସହାୟକ ହେବ । ଆଗାମୀ ଦଶମ ପରୀକ୍ଷାରେ ସମସ୍ତେ ଭଲ ଫ କରିବେ ବୋଲି ଆଶା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଅଧ୍ୟକ୍ଷତା କରି ସ୍ପାର୍କ ପୁସ୍ତିକା ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଅଛି ଓ ଏହାଦ୍ବାରା ଛାତ୍ର ଛାତ୍ରୀ ଙ୍କ ପରୀକ୍ଷାରେ କିପରି ସହାୟକ ହୋଇପାରିବ ଅବଗତ କରିଥିଲେ। ମାନ୍ୟବର ମନ୍ତ୍ରୀ ଏହା ଜାଣି ଖୁସି ବ୍ୟକ୍ତ କରିଥିଲେ ଓ ଏହାକୁ ପ୍ରସ୍ତୁତ କରିଥିବା ସମସ୍ତ ଶିକ୍ଷକ ଙ୍କୁ ସାଧୁବାଦ ଜଣାଇଥିଲେ। ସେମାନଙ୍କ ଶ୍ରମ ନିଶ୍ଚିତ ଭାବେ ଜିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ସହାୟକ ହେବ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଉମରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶୀଳା ମଝି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ପ୍ରମିଳା ଗଣ୍ଡ ଓ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.