ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ…

add-all

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ପରଚିପାରା ଡିଏନକେ ଇଉଜିଏମ ଇ ବିଦ୍ୟାଳୟ ପରିସରରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନଙ୍କୁ ଡାକି ଏକ ସମ୍ମିଳନୀ ସଭା ଆୟୋଜନ କରାଯାଇଅଛି। ଉକ୍ତ ସମ୍ମିଳନୀରେ ଆଲୋଚ୍ୟ ବିଷୟ ବସ୍ତୁ ହେଲା ବିଦ୍ୟାଳୟରେ ଯେ ପରି ଭଲ ଭାବରେ ଛାତ୍ର ଛାତ୍ରୀଙ୍କ ସୁନ୍ଦର ଓ ଭଲ ଭାବରେ ପାଠ ପଡ଼ା ହୁଏ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଜୀବନ ଭବିଷ୍ୟତରେ ଭଲ ପାଠ ପଡ଼ି ଉଜ୍ଜଳମୟ ଓ ସୁଖ ସମ୍ମୁଦ୍ଧିରେ ଗଡ଼ି ଉଠେ ଏଥି ପାଇଁ ଏହି ସଭା ସମ୍ମିଳନୀ କରି ଅଭିଭାବକ ମାନଙ୍କୁ ମଧ୍ୟ ଏଥି ପ୍ରତି ଜାଗ୍ରତ କରାଇଲେ।ଆଜିର ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମସୁନ୍ଦର ଗଣ୍ଡ, ହରିଶ ସେନ, ସୁବ୍ରତ ମଣ୍ଡଲ, ସୋମାରୁ ଗଣ୍ଡ,ଏବଂ ଗ୍ରାମର ମାନ୍ୟ ଗଣ୍ୟ ବୁଦ୍ଧି ଜୀବି
ଗୋପାଲ କୁଣ୍ଡୁ, ଅତୁଲ ଢ଼ାଲି, ଅନୁପ ପାଲ,ପ୍ରେମ ମଣ୍ଡଲ, ଏବଂ ଗ୍ରାମର ପ୍ରମୁଖ ସ୍ବଦେଶ୍ୟ ଉପସ୍ଥିତ ଥିଲେ। ଶିକ୍ଷକ ମାନଙ୍କ ଏହି ପରି ମହତ କାର୍ଯ୍ୟକ୍ରମକୁ ଅଭିଭାବକ ମହଳରେ ଖୁସିର ଆନନ୍ଦ ଖେଳିବା ସହିତ ପରଚିପାରା ଡିଏନକେ ଗ୍ରାମର ଗ୍ରାମବାସୀ ବୃନ୍ଦ ଭୁରି ଭୁରି ପ୍ରସଂଶା କରି ସ୍ୱାଗତ ଜଣାଇଛନ୍ତି।ଅନ୍ତିମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଗତ ସମସ୍ତ ଗ୍ରାମବାସୀଙ୍କ ଧନ୍ୟବାଦ ଅର୍ପନ କରି ସଭାଟିକୁ ସମାପ୍ତ କରିଥିଲେ।

ad-week
Leave A Reply

Your email address will not be published.