ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

add-all

କୋଲକାତା: କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ କହିଛନ୍ତି। ସେପଟେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଅନ୍ୟ  ଏକ କଲେଜର ପ୍ରିନ୍ସିପାଲ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।

କଲିକତା ହାଇକୋର୍ଟ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ନିଜେ ଛୁଟିରେ ଯିବାକୁ କହିଛନ୍ତି, ନଚେତ୍ କୋର୍ଟ ଆଦେଶ ଦେବେ। ଏହି ସମୟରେ ହାଇକୋର୍ଟ ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା, ତେବେ ସେହି ମାମଲାରେ ଅଧ୍ୟକ୍ଷ କାହିଁକି ଅଭିଯୋଗ କଲେ ନାହିଁ? ଏହା ସନ୍ଦେହ ସୃଷ୍ଟି କରୁଛି।

ସେପଟେ ଏଫ୍ଏଆଇଏମଏ (ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍) ଦେଶବ୍ୟାପୀ ଧର୍ମଘଟ (ଅଗଷ୍ଟ ୧୩ ମଙ୍ଗଳବାର) ଘୋଷଣା କରିଥିଲା। ସମଗ୍ର ଦେଶରେ ଓପିଡି ସେବା ବନ୍ଦ କରିବାକୁ କୁହାଯାଇଛି। ତେବେ ପୂର୍ବରୁ ଫୋର୍ଡା (ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍) ମଧ୍ୟ ସାରା ଦେଶରେ ଧର୍ମଘଟ କରାଯିବ ବୋଲି ଘୋଷଣା କରିଥିଲା।

ad-week
Leave A Reply

Your email address will not be published.