ଶିକ୍ଷକଙ୍କ ସ୍ଥାନାନ୍ତର ଓ ବିଦ୍ୟାଳୟର ଅନ୍ୟ ସମସ୍ୟାକୁ ନେଇ ସ୍କୁଲରେ ତାଲା ପକେଇଲେ ଗ୍ରାମବାସୀ…

add-all

ନବରଙ୍ଗପୁର : ଉମରକୋଟ ବ୍ଲକ କାରାଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଦଳି ଓ ବିଭିନ୍ନ ସମସ୍ୟାକୁ ନେଇ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଗ୍ରାମବାସୀ। ସୂଚନା ଅନୁଯାଇ ସ୍କୁଲର ଅନେକ ସମସ୍ୟା କୁ ନେଇ ଅନେକ ଦିନରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବି କରାଯାଇଥିଲେ ମଧ୍ୟ ସମସ୍ୟା କୁ କେହି କର୍ଣ୍ଣ ପାତ କରି ନ ଥିଲେ। ଅନ୍ୟପଟେ ଦଣ୍ଡ ମୁକ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ସ୍କୁଲରେ ଶିକ୍ଷକ ମାନେ ପିଲାଙ୍କୁ ମାଡ଼ ମାରିବା ସହ ଅନୈତିକ କାର୍ଯ୍ୟରେ ଛାତ୍ରୀ ଛାତ୍ର ଙ୍କୁ ଲିପ୍ତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଓ ଗ୍ରାମବାସୀ। ଯେତେଦିନ ପର୍ଯ୍ୟନ୍ତ ସ୍କୁଲର ସମସ୍ୟା ସମାଧାନ କରାନଯିବ ସେତେଦିନ ପର୍ଯ୍ୟନ୍ତ ସ୍କୁଲରେ ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଅନ୍ୟପଟେ ସ୍କୁଲରେ ତାଲା ପକାଇବା ଘଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଗୋଚର କୁ ଅଣା ଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ଅନେକ ଦିନର ଦାବି ରହିଛି, ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବ ଏବଂ ପିଲାଙ୍କୁ ମାଡ଼ ମାରିବା ଏକ ଗୁରୁତର ଅଭିଯୋଗ ଏହାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଏଭଳି ଅଭିଯୋଗ ବର୍ତମାନ ଶୁଣିବାକୁ ପାଇଲି ଏହାକୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେବି ଯଦି ଅଭିଯୋଗର ସତ୍ୟତା ରହିଥାଏ ତାହେଲେ ନିଶ୍ଚୟ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିବା ପ୍ରକାଶ।

ad-week
Leave A Reply

Your email address will not be published.