ଫୁଲବାଣୀ : ଦେଶର ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଆୟୋଜିତ ମହା ତ୍ରିରଙ୍ଗା ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ରଙ୍କ ଆଗ୍ରହ ଓ ଉପସ୍ଥିତିରେ ସ୍ଥାନୀୟ ପବ୍ଲିକ୍ ସ୍କୁଲ, ଏସ୍ ଏସ୍ ନର୍ସରୀ ଆଦି ବିଭିନ୍ନ ସ୍କୁଲର ସହସ୍ରାଧିକ ଛାତ୍ରଛାତ୍ରୀ ଓ ନାଗରିକଙ୍କ ଦ୍ୱାରା ପ୍ରାୟ ଅଧା କିମି ଲମ୍ବା ତ୍ରିରଙ୍ଗା ପତାକା ଧରି ରୋଟାରୀ କ୍ଲବ୍ ସଦସ୍ୟଙ୍କ ଏହି ବିଶାଳଶୋଭାଯାତ୍ରାକୁ ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଏକ କିମି ଦୂରତା ଅତିକ୍ରମ ଗୋପବନ୍ଧୁ ଛକରେ ପହଞ୍ଚିବା ପରେ ଶେଷ ହୋଇଥିଲା। ରୋଟାରୀ କ୍ଲବ୍ ସଭାପତି ଶ୍ରୀ ବିପ୍ର ଚରଣ ପାତ୍ର, ସଂପାଦକ ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରକାଶ ପଣ୍ଡା, ପ୍ରଶାନ୍ତ ପାଣିଗ୍ରାହୀ, ରବି ନାରାୟଣ ସୁବୁଦ୍ଧି, ଜ୍ଞାନ କୁମାର ଦୋରା,ବି. ଅରୁଣା, ଦେବେନ୍ଦ୍ର ପାତ୍ର,କୁନ୍ଦନ ସିଂ, ପ୍ରସନ୍ନ ପଣ୍ଡା, ବିରଜା ନାହାକ, ହରିଶ୍ଚନ୍ଦ୍ର ମହାରଣା, ମନୋରଂଜନ ପଟ୍ଟନାୟକ, ବାଲାଜି ପାତ୍ର ପ୍ରମୁଖଙ୍କ ସହ ପବ୍ଳିକ୍ ସ୍କୁଲ୍ର ଅଧ୍ୟକ୍ଷ ଏବଂ ଶିକ୍ଷକଙ୍କ ସହଯୋଗରେ ଏହି ମହା ତ୍ରିରଙ୍ଗା ଯାତ୍ରା ସହରବାସୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ରୋଟାରୀ ଗଭର୍ଣ୍ଣର ଫୁଲବାଣୀରେ ଏପରି ଏକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବା ସମସ୍ତଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରୋଟାରୀ ତରଫରୁ ଏ ପ୍ରକାର ଅଧିକ କାର୍ଯ୍ୟକ୍ରମ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
