ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ ମାସ ଶେଷ ସୋମବାରରେ ଭଜନ ସନ୍ଧ୍ୟା

add-all

ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ଦୀର୍ଘ ବର୍ଷଧରି ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ କାଉଡି ପଦଯାତ୍ରା ଆୟୋଜିତ ହେଉଅଛି । ପ୍ରତିବର୍ଷ ଭଳି ଏହି ବର୍ଷ ମାସଧିକକାଳ ମଧ୍ୟରେ ୪ଟି ସୋମବାର ରେ ବିଭିନ୍ନ ଶୈବ ପୀଠରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଦ୍ୱରା ଜଳାଭିଷେକ କରାଯାଇଛି। ଶେଷ ସୋମବାର ଦିନ ଗୁପ୍ତେଶ୍ଵର ପୀଠରେ ଜଳାଭିଷେକ କରିବା ସହିତ ଆଜି ବିସର୍ଜନ ଦିବସରେ ପୂଜାର୍ଚ୍ଚନା ସହିତ ସ୍ଥାନୀୟ ବଜରଙ୍ଗ ବାଲୀ ସାଂସ୍କୃତିକ ପରିଷଦ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । କାଉଡ଼ିଆ ଭକ୍ତ ଦ୍ୱାରା ଖେଚୁଡ଼ି ଭୋଗ ପ୍ରସ୍ତୁତି କରାଯାଇ ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ଗ୍ରୁପ କର୍ମକର୍ତ୍ତା ଗୋଲାପ ରଞ୍ଜନ ଜେନା, ପିଣ୍ଟୁ ବେହେରା,ଚନ୍ଦନ ବଉଳ, ରଞ୍ଜନ ପ୍ରଧାନ, ରମେଶ ହଲବା,ପ୍ରଶାନ୍ତ ନାୟକ,ଚିତ୍ରସେନ ପଲେଇ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇ ଥିଲେ ।

ad-week
Leave A Reply

Your email address will not be published.