କାଉନସିଲରଙ୍କ ସ୍ଵାମୀଙ୍କ ଅକାଳ ବିୟୋଗ

add-all

ଛତ୍ରପୁର : ଛତ୍ରପୁର ଏନ୍.ଏ.ସି. ର ୩ ନମ୍ୱର ୱାର୍ଡ଼ କାଉନସିଲର ମାମା ସେଠୀ ଙ୍କ ସ୍ଵାମୀ ରଘୁନାଥ ବେହେରା (୩୨),ଙ୍କ ଆଜି ମଧ୍ୟାହ୍ନ ରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଵାମୀ ବିୟୋଗ ଘଟିଛି । ଗତ ୫/୬, ଦିନ ହେଲା ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସୋମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ସେଠାରେ ହଠାତ୍ ତାଙ୍କର ଅକାଳ ବିୟୋଗ ଘଟିଥିବା କୁହାଯାଇଛି ।

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୮ମାସର ଝିଅ, ତାଙ୍କ ପତ୍ନୀ, ପରିବାର ପ୍ରମୁଖ ଉପସ୍ଥିତ ଥିଲେ ।ରଘୁନାଥ ବେହେରା ଜଣେ ବିଶ୍ୱାସୀ, ଶାନ୍ତଶିଷ୍ଟ ବ୍ୟକ୍ତି ଥିଲେ ବାଇକ୍ ଗ୍ୟରେଜ୍ ରେ କାର୍ଯ୍ୟ କରି ନିଜର କର୍ମମୟ ଜୀବନ କୁ ଅତିବାହିତ କରି ଆସୁଥିଲେ । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।।

ad-week
Leave A Reply

Your email address will not be published.