ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି…

add-all


ହିଞ୍ଜିଳିକାଟୁ ୨୦!୮ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜଣେ ଛାତ୍ରୀ ହଠାତ୍ ବେହୋସ୍ ହୋଇପଡ଼ିବା ପରେ ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ମଙ୍ଗଳବାର କ୍କାସ ଚାଲିଥିବା ବେଳେ ନଵମ ଶ୍ରେଣୀ ଛାତ୍ରୀ ସୁଜ୍ଞାନୀ ବେହେରା ‌ ଅସୁସ୍ଥ ହୋଇ ପଡିଲେ ।ସୁଜ୍ଞାନୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅଚେତ ହୋଇପଡିଲେ । ବିଦ୍ୟାଳୟ ର ଶିକ୍ଷକ ମାନେ ଛାତ୍ରୀ ଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ସ୍କୁଲରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ଅଭିଭାବକ। ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ଵାସ୍ଥ୍ୟଗତ ସମସ୍ୟା ନଥିବା କହିଛନ୍ତି ଡାକ୍ତର ‌। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ନୁତନ କୋଠା ମୁଳରୁ ଉଠି ଠିଆ ହୋଇପାରୁନାହିଁ।କୋଠା ନିର୍ମାଣକୁ ୫ବର୍ଷ ବିତିଗଲାଣି ତଥାପି ଦୁର୍ଦ୍ଦଶାରେ ପଡି ଅର୍ଦ୍ଧନିର୍ମିତ ହୋଇ ପଡିରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାଵି ହୋଇଛି। ବିଦ୍ୟାଳୟ ରେ ଅନେକ ପଙ୍ଖା ନଷ୍ଟହୋଇ ନାମକୁ ମାତ୍ର ଝୁଲୁଛି ‌।ଯାହା ପଙ୍ଖା ଵୁଲୁଛି କିନ୍ତୁ ପବନ ହେଉନଥିବା ଓ ପରିସର ଅସ୍ୱାସ୍ଥକର ଥିବା ଯୋଗୁ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.