ଆଳୁ ପରେ ବଢିଲା ପିଆଜ ଦର; ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ

add-all

ଭୁବନେଶ୍ବର : ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ। କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି। ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି। ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି। ଅନ୍ୟପଟେ ଆଳୁ ସଙ୍କଟ ଟଳିବାର ନାଧରୁନି। ବଜାରରେ ଏବେବି ଆଳୁ ୪୦ଟଙ୍କା ଲେଖାଏଁ କିଲୋପ୍ରତି ବିକ୍ରି ହେଉଛି। ଆଳୁ ଦର କମିନଥିବାରୁ ପିଆଜ ଦର ବୃଦ୍ଧି ହେବା ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଖାଉଟି ୫୦ଟଙ୍କା ଦେଇ କିଣୁଥିବା କହିଥିବା ବେଳେ ବ୍ୟବସାୟୀ କହିଛନ୍ତି ଦର ୪୫ରୁ ୪୬ଟଙ୍କା ରହିଛି। ସେପଟେ ଆଳୁ ଓ ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅଧିକାରୀମାନେ ରାଜଧାନୀ ୟୁନିଟ-୧ ହାଟରେ ଚଢାଉ କରିଥିଲେ। ବିଭିନ୍ନ ଦୋକାନରେ ଚଢାଉ କରିବା ସହ ରେଟ୍‌‌ ଚାଟ୍‌‌ ଦେଖିଥିଲେ। ଯେଉଁ ବ୍ୟବସାୟୀ ମାନେ ଅଧିକା ଦରର ବିକ୍ରି କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.