ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳର ଆଭାସୀ ମାସିକ ସାହିତ୍ୟ ଆସର ଦ୍ୱାଦଶ ଭାଗ

add-all

ଫୁଲବାଣୀ : ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଦ୍ୱାଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଦ୍ୱାଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ଭୀମ ପୃଷ୍ଟି ଯୋଗଦେଇଥିଲେ।ଅତିଥି ପରିଚୟ ଡ.ପ୍ରଣବାନନ୍ଦ ପାଟ୍ଟଯୋଶୀ କରିଥିଲେ l ଆସରର ବିଷୟ ବସ୍ତୁ -ଓଡ଼ିଆ ଗଳ୍ପରେ ଭୀମ ପୃଷ୍ଟିଙ୍କ ନିଜସ୍ୱ ଧାରା l କାର୍ଯ୍ୟକ୍ରମ କବିତା ସଂଯୋଜନା ପର୍ବ ଦାୟିତ୍ୱ ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ ଏବଂ ଡ.ମଧୁମିତା ଷଡ଼ଙ୍ଗୀ ତୁଲାଇ ଥିଲେ।ଶାଳାପର୍ଣ୍ଣୀ ର ଜନ୍ମ ବିବରଣୀ ପାଠ କରିଥିଲେ ଶ୍ରାମତୀ ପ୍ରଭାତୀ ପାତ୍ର।ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୨ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ।ଆସରର ପରିସମାପ୍ତିରେ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.