ସରାଗୁଡାରେ ପୋଲ ଭଙ୍ଗା ଦିବସ ପାଳିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡ଼ା ର ସ୍ୱାଧୀନତା ସଂଗ୍ରାମୀ ସୋନୁ ମାଝି ସେବାସଂଘ ଗୃହରେ ମଙ୍ଗଳବାର ପୋଲ ଭଙ୍ଗା ଦିବସ ପାଳିତ ହୋଇଛି |ସର୍ବ ପ୍ରଥମେ ସରାଗୁଡା ଗ୍ରାମବାସୀଙ୍କ ସହ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ,ବେଲାରି ନଦୀ କୂଳ ରେ ଯାଇ ଦିବଂଗତ ଆତ୍ମା ନିମନ୍ତେ ତିଳ ତର୍ପଣ କରିଥିଲେ। ଉଲ୍ଲେଖ ଯୋଗ୍ୟ କି ୧୯୪୨ ଭାରତ ଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସଂଗ୍ରାମୀ ସୋନୁ ମାଝିଙ୍କ ନେତୃତ୍ଵରେ ସରାଗୁଡ଼ା ନିକଟରେ ଥିବା ବେଲାରୀ ନଦୀ ଉପରେ ଥିବା କାଠ ପୋଲ କୁ ସ୍ୱାଧୀନତା ସଂଗ୍ରାମୀ ମାନେ ଅଗଷ୍ଟ ୨୦ ତାରିଖରେ ଭାଙ୍ଗି ଦେଇଥିଲେ । ତା ପରେ ପୋଲ ଭଙ୍ଗା ଘଟଣାରେ ତିନି ସହ ସ୍ଵାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ । ଅଗଷ୍ଟ ୨୪ ତାରିଖରେ ଟୁରି ନଦୀ ଗୁଳିକାଣ୍ଡ ରେ ୧୯ ଜଣ ସ୍ଵାଧୀନତା ସଂଗ୍ରାମୀ ସହୀଦ ହୋଇଥିଲେ । ତେଣୁ ଅଗଷ୍ଟ ୨୦ ତାରିଖ ଦିନ ସରାଗୁଡ଼ା ଠାରେ ପୋଲ ଭଙ୍ଗା ଦିବସ ଭାବେ ପ୍ରତିବର୍ଷ ପାଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ତିଳ ତର୍ପଣ କରାଯାଇ ଆସୁଛି। ତେଣୁ ଆଜି ସକାଳୁ ସଂଗ୍ରାମୀ ସୋନୁ ମାଝି ସେବା ସଂଘ ଗୃହରେ ପତାକା ଉତ୍ତୋଳନ କରଯାଇଥିଲା । ତା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେବା ସଂଘର ସମ୍ପାଦକ ସରାଦୁ ଭତ୍ରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଂଘ ର କର୍ମକର୍ତ୍ତା ଓ ସରାଗୁଡ଼ା ଗ୍ରାମବାସୀ ସହଯୋଗ କରିଥିଲେ। ସରାଗୁଡା ୱାର୍ଡ ସଭ୍ୟ ସୁକଦେବ ଭତ୍ରା, ଲାଇବାନ ଭତ୍ରା, ପୁରନ ମାଝୀ, ଚୈତନ ଭତ୍ରା, ରବିସିଂ ପୂଜାରୀ, କାରମା ପୂଜାରୀ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରମେଶ ମାଝି, ମନୋରଞ୍ଜନ ତ୍ରିପାଠୀ, ବିଜେଡି ବରିଷ୍ଠ ନେତା ଏମ୍. ଅପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.