ଗଛିତ ଥିବା ୭୬ କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ…

add-all


କୋରୁକୋଣ୍ଡା,୨୦।୮ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ଆଜି ବାହାର ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରିବା ପାଇଁ ଏକ ସ୍ଥାନରେ ଗଞ୍ଜେଇ ଗଚ୍ଛିତ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗଞ୍ଜେଇକୁ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ କୋରୁକୋଣ୍ଡା ବ୍ଲକ ଚିମଟାପାଲି ପଞ୍ଚାୟତ ଅଧିନସ୍ତ ଡାବୁଗୁଡା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରେ ଗଞ୍ଜେଇ ଚୋରା ଚାଲାଣ ନିମନ୍ତେ ଗଚ୍ଛିତ କରି ରଖିଥିଲେ। ଏ ସମ୍ପର୍କରେ ପୋଲିସ ବିଶେଷ ସୁତରୁ ଖବର ପାଇବା ପରେ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓର୍କେଲ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ରଖାଯାଇଥିବା ଗଞ୍ଜେଇକୁ ଜବତ କରିଥିଲେ। ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୋଲିସ ଉକ୍ତ ଗ୍ରାମରୁ ଗିରଫ କରି ଥାନାକୁ ଆଣିଥିଲେ। ଗିରଫ ଅଭିଯୁକ୍ତଙ୍କ ନାମ ମଙ୍ଗରାଜ ଲୁକୁରା। ତାଙ୍କ ଘର ଡାବୁଗୁଡା ଗ୍ରାମରେ ବୋଲି ଜଣା ପଡିଛି। ତେବେ ମଙ୍ଗରାଜ ଲୁଚାଇ ରଖିଥବା ମୋଟ ୭୬ କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ ବୋଲି ଜଣାପଡିଛି। ଏ ନେଇ ଥାନାରେ ୨୫୮/୨୪ ମାମଲା ରୁଜୁ କରି ପୋଲିସ ଆଜି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମଙ୍ଗରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.