ଫୁଲବାଣୀରେ ଭାରତ ବନ୍ଦର ପ୍ରଭାବ

add-all

ଫୁଲବାଣୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ନିମନ୍ତେ ହୋଇଥିବା ବିରୋଧରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଫୁଲବାଣୀର କର୍ମୀମାନେ, କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କଂହର, ଯୁବ ଆଦିବାସୀ ନେତା ସମୀର ଘଟାଲ , ଯୁବ ନେତା ବଳଦେବ ବେହେରା, କଂଗ୍ରେସ ଯୁବ ନେତା ଅନୁପମ କଂହର, ବୈଦ୍ୟନାଥ ବେହେରା, ନିମାଇଁ ମାଝୀ,ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ମାଦିକୁନ୍ଦା ଛକ, କଲେଜ ଛକ ଠାରେ ପିକେଟିଙ୍ଗ କରିଥିଲେ ।ଫଳରେ ସହରରେ ଦୋକାନ ବଜାର, ବ୍ୟାଙ୍କ, କିଛି ସ୍କୁଲ କଲେଜ ଆଦି ବନ୍ଦ ରହିଥ୍‌ଲା,କୋର୍ଟ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ଖୋଲା ରହିଥିବା ଦେଖିବାକୁ ମିଳିଥିଲା l ସେହିପରି ଗାଡିମଟର, ଅଟୋ ଚଳାଚଳ ସମ୍ପୂର୍ଣ ବନ୍ଦଥିଲା । ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥ‌ିବା ଦେଖିବାକୁ ମିଳିଥିଲା । କାଁ ଭାଁ ବାଇକ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା l ଦିନ ଗୋଟାଏ ପରେ ଗାଡି ମୋଟର ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା l ବୁଧବାର ଭାରତ ବନ୍ଦର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ଦେଖୁବାକୁ ମିଳିଛି l ବନ୍ଦକୂ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ad-week
Leave A Reply

Your email address will not be published.