ମାନବିକତା ଦେଖେଇଲେ କୁନ୍ଦେଇଥାନାର ଭାରପ୍ରାପ୍ତ ଅଧିକାରୀ

add-all

ରାଇଘର : ଗତକାଲି ସକାଳେ ପ୍ରାୟ ୭. ୩୦ ମିନିଟ ସମୟରେ ଓଡିଶା ଏବଂ ଛତିଶଗଡ କୋରଡ଼ିହି ଗ୍ରାମ ସୀମାନ୍ତ ଅଞ୍ଚଳରେ ଜଣେ ଅଚିହ୍ନା ବୃଦ୍ଧା ରାସ୍ତା ପାର୍ଶ୍ବରେ ଏକ ଗାତ ଭିତରେ ପଡ଼ି ଥିବାରୁ, ସେହି ବାଟରେ ଯିବା ଆସିବା ଲୋକ ମାନେ ଦେଖିବାକୁ ପାଇଥିଲେ। ଅଚେତ ଅବସ୍ଥାରେ ରାସ୍ତା ପାର୍ଶ୍ବରେ ବୃଦ୍ଧାଙ୍କ ସୂଚନା କୁନ୍ଦେଇ ଥାନାର ଭାର ପ୍ରାପ୍ତ ଅଧିକାରୀଙ୍କ କୋରଡ଼ିହି ଗ୍ରାମବାସୀ ସୂଚନା ପ୍ରଦାନ କରିବାରୁ, କୁନ୍ଦେଇ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠି .୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ସୂଚନା ପ୍ରଦାନ କରି ଘଟଣାସ୍ଥଳରେ ପହଁଞ୍ଚିଥିଲେ।

ଶ୍ରୀ ସେଠି ଗାତ ଭିତରରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଏବଂ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କାଳ ବିଳମ୍ବ ନ କରି ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠେଇ ମାନବିକତାର ପରିଚୟ ଦେଲେ। ବୃଦ୍ଧାଙ୍କ ପକେଟରେ ଥିବା ତାଙ୍କ ଆଧାରକାର୍ଡ଼ ଅନୁଯାୟୀ ନାମ ବେଦରାମ କୁଞ୍ଜାମ ବୟସ ୫୭ ବର୍ଷ, ୪କେ ୱାଡେନ ନଂ ୨ ନାଗରି, ଛତିଶଗଡ ବୋଲି ଜଣା ପଡିଥିଲା ଏବଂ ସେ କେମିତି ଏଠି ଆସିଲା ପଚାରିବାରୁ କୌଣସି କିଛି କହିବା ପରିସ୍ଥିତିରେ ନ ଥିଲା। ସେ କେତେବେଳେ ରାସ୍ତା ପାର୍ଶ୍ବରେ ଗାତ ଭିତରେ ପଡିଥିଲା ତାହା ମଧ୍ୟ କେହି ଜାଣି ନାହାନ୍ତି ବା ଦେଖି ନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା ।

୧୦୮ ଆମ୍ବୁଲାନ୍ସ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃଦ୍ଧାଙ୍କୁ ନେଇ ଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଶ୍ରୀ ଦଶରଥ ନାଗ କାଳ ବିଳମ୍ବ ନ କରି ଚିକିତ୍ସା ଆରମ୍ଭ କଲେ । ବର୍ତ୍ତମାନ ବୃଦ୍ଧା ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରତ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏକ ପ୍ରକାର ଭଲ ଅଛି। ସ୍ୱାସ୍ଥ୍ୟ ଅବସ୍ଥାର ପରିଵର୍ତନ ହେଲା ପରେ ସେ କିପରି ଏଠି ଆସିଲା ଏବଂ କୋଉଠି ଯାଉଥିଲା ତାହାର ସତ୍ୟାସତ୍ୟ ଜଣା ପଡିବ ବଳି କୁନ୍ଦେଇ ଥାନା ଅଧିକାରୀ ପ୍ରକାଶ କହିଛନ୍ତି।

ad-week
Leave A Reply

Your email address will not be published.