ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ

add-all

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ l

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପପୁନ କୁମାର ଦାସ l ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ l ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଶ୍ରୀ ଦାସଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲା l ଶ୍ରୀ ଦାସଙ୍କ ଠାରୁ ସମସ୍ତ ଲାଞ୍ଚ ତାଙ୍କ ଜବତ କରିବା ସହ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l

ad-week
Leave A Reply

Your email address will not be published.