ମାଲକାନଗିରିରେ ଏସସି/ଏସ୍‌ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ଘଣ୍ଟିଆ ବନ୍ଦ ଡାକରା ସଫଳ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସୁପ୍ରିମକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ଏସସିଏସ୍ଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ବନ୍ଦକୁ ସଫଳ କରିଛନ୍ତି । ଆଜି ସକାଳୁ ଏସସି ଏସଟି କମିଟିର ସମସ୍ତ ସଦସ୍ୟ ମାନେ ମାଲକାନଗିରି ସହରର ବିଭିନ୍ନ ଛକ ବସଷ୍ଟାଣ୍ଡ, ବାଲିମେଳା ଛକ,ଡିଏନକେ ଛକ ଭଳି ଜାଗାରେ ଅବରୋଧ କରିଥିଲେ। କର୍ମକର୍ତ୍ତା ମାନେ ରାସ୍ତାରେ ପିକେଟିଙ୍ଗ କରି ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ଯାନ ବାହନ ଅଟକ ଯୋଗୁଁ ବସ ଷ୍ଟାଣ୍ଡରେ କିଛି ଯାତ୍ରୀ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ଏସସି ଏସଟି ସଂରକ୍ଷଣ ବିରୁଦ୍ଧରେ ଯେଉଁ ରାୟ ଦେଇଥିଲେ ସେହି ରାୟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ଡାକରାରେ ଏସସି ଏସଟି କମିଟି ସଦସ୍ୟ ପ୍ରଭାକର ହନ୍ତାଳ, ଘନଶ୍ୟାମ ମାଡକାମୀ, ସୋନୁ ଅନୁଗୁ, ରତିକୃଷ୍ଣ ପାତ୍ର, ଜାରାଶବର ମାଢି, ସର୍ବକୁମାର ବିଷୋୟୀ ଙ୍କ ସହ ଅନ୍ୟନ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ବନ୍ଦ କୁ ସଫଳ କରାଇ ଥିଲେ ।

ad-week
Leave A Reply

Your email address will not be published.